ଭୁବନେଶ୍ୱର : ଦେଶ ସୁରକ୍ଷାରେ ତଟରକ୍ଷା ବାହିନୀଙ୍କର ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନେ ହେଉଛନ୍ତି ତଟ ସୁରକ୍ଷାର ଜାଗ୍ରତ ପ୍ରହରୀ। ଦେଶ ସୁରକ୍ଷାରେ ସେମାନଙ୍କ ବଳିଦାନକୁ ମନେ ପକାଇ ପ୍ରତିବର୍ଷ ଫେବୃଆରୀ ୧ ତାରିଖରେ ଭାରତୀୟ ତଟରକ୍ଷା ବାହିନୀ ଦିବସ ପାଳନ କରାଯାଏ। ଚଳିତ ବର୍ଷ ତଟରକ୍ଷାବାହିନୀ ତାର ୫୦ତମ ପ୍ରତିଷ୍ଠା ଦିବସ ପାଳନକରାଯାଉଛି। ତଟରକ୍ଷାବିହନୀ ପ୍ରମୁଖ ସଫଳତା ମଧ୍ୟରେ ଜୀବନ ରକ୍ଷାକାରୀ ମିଶନ, ଚୋରା ଚାଲାଣ, ବିପର୍ଯ୍ୟୟ ପ୍ରତିକ୍ରିୟା ଏବଂ ପରିବେଶ ସୁରକ୍ଷା ଅନ୍ତର୍ଭୁକ୍ତ ହୋଇଛି।
କେଉଁ ଦିନ ଉପସ୍ଥାପିତ ହେଲା ଏହି ଦିବସ :
ଆମ ଭାରତୀୟ ସେନା ସ୍ଥଳ ଜଳ ଓ ଆକାଶରେ ଦେଶର ସୁରକ୍ଷା ପାଇଁ ନିୟୋଜିତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରାଳୟ ଅଧିନରେ ପଚିଚାଳିତ ହେଉଥିବା ଏହି ଦିବସ ୧୯୭୭ ମସିହା ଫେବୃଆରୀ ୧ ତାରିଖରେ ଭାରତୀୟ ସମ୍ବିଧାନର ୧୯୭୮ ତଟରକ୍ଷୀ ଅଧିନିୟମ ଦ୍ବାରା ସ୍ଥାପନ କରାଯାଇଥିଲା। ତଟରକ୍ଷୀ ବାହିନୀରେ ଅଧିକାରୀମାନଙ୍କ ପଦବୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ପଦବି ସହିତ ସମାନ। ୨୦୦୮ରେ ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସରକାର ଭାରତୀୟ ତଟରକ୍ଷୀ ବାହିନୀ, ସମ୍ପତ୍ତି ଏବଂ ଭିତ୍ତିଭୂମି ବିସ୍ତାର ପାଇଁ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହିଦିନ ଜେନେରାଲ ଡ୍ୟୁଟି ଅଫିସର, ପାଇଲଟ୍ ଅଫିସର, ଟେକ୍ନିକାଲ ଅଫିସର କିମ୍ବା ଆଇନ ଅଫିସର ଭାବେ ୪ ଶାଖା ମଧ୍ୟରୁ ଗୋଟିଏ ଶାଖାରେ ତଟରକ୍ଷୀରେ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଏ।
ଭାରତୀୟ ତଟରକ୍ଷୀ ବାହିନୀର ମିଶନ:
ଭାରତୀୟ ତଟରକ୍ଷୀ ବାହିନୀର ୫ଟି ଗୁରୁତ୍ୱପୂର୍ଣ ମିଶନ ରହିଛି ଯଥା: ସାମୁଦ୍ରିକ ଇକୋସିଷ୍ଟମର ସୁରକ୍ଷା, ବୈଜ୍ଞାନିକ ତଥ୍ୟ ସଂଗ୍ରହ,ଶତ୍ରୁତା ଏବଂ ଶାନ୍ତି ସମୟରେ ଦେଶକୁ ସୁରକ୍ଷା ପ୍ରଦାନ କରିବା,ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ଆଇନ ପ୍ରଣୟନ କରିବା,କୃତ୍ରିମ ଭୂମି, ଟର୍ମିନାଲଜର ସୁରକ୍ଷା କରିବା। ଏପରିକି ସାମୁଦ୍ରିକ ନିରାପତ୍ତା, ଜାତୀୟ ସୁରକ୍ଷା ଏବଂ ପରିବେଶ ପ୍ରତି ସେମାନଙ୍କର ଉତ୍ସର୍ଗୀକତା ଅବଦାନ ପାଇଁ ବିଭିନ୍ନ ମହଲରୁ ତଟରକ୍ଷୀ ବାହିନୀକୁ ଶୁଭେଚ୍ଛା ଦିଆଯାଇଛି।
ଅଧିକ ପଢନ୍ତୁ ; ରାଜ୍ୟରେ ସକାଳୁ ସକାଳୁ କୋହଲା ପାଗ ଅନୁଭୂତ