ଭୁବନେଶ୍ୱର : ରାଜ୍ୟରେ ସକାଳୁ ସକାଳୁ ପୁଣି ଅନୁଭୂତ ହୋଇଛି କୋହଲା ପାଗ। ରାଜ୍ୟକୁ ପୁଣି ଶୀତର ଲେଉଟାଣି ହେଉଥିବା ନେଇ ଅନୁମାନ କରାଯାଉଛି। କିନ୍ତୁ ପାଣିପାଗ ବିଭାଗ ପକ୍ଷରୁ ରାତି ପାରଦସ୍ତର ଧୀରେ ଧୀରେ ବଢ଼ିବା ହେତୁ ଶୀତର ଲେଉଟାଣି ହେବ ନାହିଁ ବୋଲି ସୂଚନା ରହିଛି। ଏପରିକି ରାତିର ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରି ବଢିବ । ଯାହାଫଳରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୪ ଡିଗ୍ରି ରହିପାରେ।
ତେବେ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ସୋମବାର ଠାରୁ ରାଜ୍ୟରେ ଶୀତ ସମ୍ପୂର୍ଣ ଅଦୃଶ୍ୟ ହୋଇଯିବ। ଏପରିକି ରାତି ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ ବୋଲି ସୂଚନା ରହିଛି। ତେବେ ଭୁବନେଶ୍ୱର , କଟକ ,ଭଦ୍ରକ, ଜଗତ୍ସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ସୁନ୍ଦରଗଡ଼, କଳାହାଣ୍ଡି, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ, ନୟାଗଡ଼, ଅନଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ କିଛି ପରିମାଣର ତାପମାତ୍ରା ବୃଦ୍ଧି ପାଇବା ସହିତ ସକାଳୁଆ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିବ ନାହିଁ। ଏପରିକି ଚଳିତ ବର୍ଷ ତାତି ମଧ୍ୟ ମାତ୍ରାଧିକ ବଢିପାରେ ବୋଲି ପାଣିପାଗ ସୂଚନା ଦେଇଛି।
ଅଧିକ ପଢନ୍ତୁ ; ଆଜିଠୁ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମେଳା, ବିଶ୍ୱର କଲ୍ୟାଣ ପାଇଁ ଜଳିବ ଝାଡ଼ ଦୀପ