ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ସାହିତ୍ୟ ଓ ସଙ୍ଗୀତର ଯୁଗଳବନ୍ଦୀ କାର୍ଯ୍ୟକ୍ରମ। ବରିଷ୍ଠ ରାଜନେତା ତଥା ବିଜେଡି ବିଧାୟକ ଅରୁଣ କୁମାର ସାହୁଙ୍କ ରଚିତ ଜୀବନଧର୍ମୀ ପୁସ୍ତକ 'ପୀଡ଼ା' ଓ ସୁଗମ ସଙ୍ଗୀତ ଶୀତୁଆ ସନ୍ଧ୍ୟାର ଲୋକାର୍ପଣ ହୋଇଛି। ଅରୁଣଙ୍କ ବହି "ପୀଡ଼ା"କୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଆ ପଢି ନ ଆସିବା, ଲେଖି ନ ଆସିବା ଠାରୁ ବଳି ଅପମାନ ଜନକ କଥା କିଛି ନାହିଁ ବୋଲି ଏଥିରେ ଲେଖିଛନ୍ତି ଅରୁଣ। ତେବେ କାହା ଉଦ୍ଦେଶ୍ୟରେ ଅରୁଣ ଏହି ପ୍ରସଙ୍ଗଟିକୁ ଲେଖିଛନ୍ତି ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା।
“ପୀଡ଼ା” ବହିରେ ଅରୁଣ ଉଲ୍ଲେଖ କରିଛନ୍ତି, ସହରୀ ସଭ୍ୟତାରେ କଥା କଥାରେ କହନ୍ତି ମୋତେ ଭଲରେ ଓଡିଆ ପଢ଼ି ଆସେନି, ଲେଖି ଆସେନି। ଏହାଠାରୁ ବଳି ଆଉ ଅଧିକା କ'ଣ ଅପମାନଜନକ କଥା ହେଇପାରେ? ତଥାପି ସେମାନଙ୍କୁ ଦୋଷ ଦିଆଯାଇ ପାରେନା କାରଣ, ସେମାନେ ଉଚ୍ଚ ସୋପାନର ମଣିଷ ବୋଲି କହିଛନ୍ତି ଅରୁଣ ସାହୁ।
ଅନ୍ତରାତ୍ମାକୁ ମାରି ଦେଇ ଆନ୍ତର୍ଜାତିକ ସ୍ତରକୁ ଯିବାର ମାନେ କ'ଣ? ମାଟି ମା' ପ୍ରତି ମମତା, ଭାଷା ପ୍ରତି ସମ୍ମାନ ଦେଖେଇବାଟା ହୃଦନଳୀରେ ରକ୍ତପ୍ରବାହ ଭଳି ହେବା ଦରକାର। ମାଟି ମା’ ପ୍ରତି ମମତା, ଭାଷାପତି ସମ୍ମାନ ନ ରହିଲେ ପିଣ୍ଡରୁ ପ୍ରାଣ ଛାଡ଼ିଗଲା ଭଳି ଯଦି ହୃଦବୋଧ ନ ହେବ, ସେତେବେଳ ଯାଏ ଆମ ଜାତିର ଉତ୍ ଥାନ ହେଇନାହିଁ ବୋଲି ଧରି ନିଆଯିବ ବୋଲି କହିଛନ୍ତି ଅରୁଣ ସାହୁ।
'ପୀଡ଼ା'ରେ ନାଁ ନନେଇ ନବୀନଙ୍କୁ କଟାକ୍ଷ, ବିଜୁଙ୍କୁ ପ୍ରଶଂସା
ଅରୁଣଙ୍କ "ପୀଡ଼ା" ବହିରେ ରହିଛି ନୂଆପଡା ଉପନିର୍ବାଚନର ଭିତିରି କାହାଣୀ। ବହିରେ ବିଜେଡି ବିଧାୟକ ବିଜୁଙ୍କ ପ୍ରଶ୍ନ କରି ନାଁ ନ ନେଇ ନବୀନଙ୍କୁ କଟାକ୍ଷ କରିଛନ୍ତି। ସେ ଲେଖିଛନ୍ତି କି ନୂଆପଡା ଉପନିର୍ବାଚନ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା। ନୂଆପଡାରେ ନିର୍ବାଚନ ପାଇଁ ଏକ ମାସ ପାଖାପାଖି ରହିବାକୁ ପଡିଥିଲା। ଅନେକ ଅଞ୍ଚଳ ବୁଲିବା ପରେ ସାମାଜିକ ସ୍ଥିତି ପରଖିଲି। ଯାହାକୁ ନେଇ ଅରୁଣ ଆହୁରି ମଧ୍ୟ ବହିରେ ଲେଖିଛନ୍ତି। ବହିଟିକୁ ନୂଆପଡା ଉପରେ ପର୍ଯ୍ୟବେସିତ କରିବି, ବହିର ନାଁ ଦେବୀ ନୂଆପଡାର ପୀଡ଼ କିନ୍ତୁ ଲେଖିବା ବେଳେ ଦେଖିଲି, ଏହି ସମସ୍ୟା ପ୍ରାୟତଃ ସବୁ ଅଂଚଳରେ ଅଛି କେବଳ ନୂଆପଡା ଜିଲ୍ଲା ନୁହେଁ, ଓଡ଼ିଶାର ବିଭିନ୍ନ ଜିଲ୍ଲାର, ବିଭିନ୍ନ ଗାଁରେ ସହରରେ ଏହା ଦେଖିବାକୁ ମିଳୁଛି। ଶିକ୍ଷା, ସଂସ୍କୃତି, ଭାଷା, ସାମାଜିକ ଚଳଣି, ଧର୍ମୀୟ ଭାବନା, ରୋଜଗାର, ବଞ୍ଚିବାର ମାନ, ସାମାଜିକ ଦାୟିତ୍ୱବୋଧ, ମାଟି ପ୍ରତି ମମତା ଏସବୁ ମାନସିକତାକୁ କାହିଁକି ସଜାଡ଼ିପାରିଲେ ନାହିଁ। ଏତେ ଦୁର୍ନୀତି ପାଇଁ ଦାୟୀ କିଏ? ଏସବୁର ଦାୟିତ୍ୱ କାହାର? କାହିଁକି ଆମେ ପ୍ରଗତିର ଚରମ ଶିଖରରେ ପହଁଚିପାରିନାହୁଁ ବୋଲି 'ପୀଡ଼ା' ବହିରେ ପ୍ରଶ୍ନ ଉଠାଇଛନ୍ତି ଅରୁଣ ସାହୁ।
ଅଧିକ ପଢନ୍ତୁ:ବିଜେଡ଼ିରେ କଳିକେଶଙ୍କ ନେତୃତ୍ୱ ପାଇଁ ବଢ଼ିଲା ଦାବି
ଅନ୍ୟପଟେ ବିଜୁ ପଟ୍ଟନାୟକଙ୍କ ପ୍ରଶଂସା ପରେ ଅରୁଣ ଲେଖିଛନ୍ତି, 'ବିଜୁବାବୁଙ୍କ ଦୂରଦୃଷ୍ଟି ଯୋଗୁଁ ଓଡ଼ିଶାରେ ଜିଲ୍ଲାର ପୁନଃ ଗଠନ ହେଲା, ନଚେତ ଲୋକମାନେ ପୂର୍ବରୁ ବହୁତ ହଇରାଣ ହେଉଥିଲେ। ସକାଳୁ ବସ ଚଢିଲେ ବି ଜିଲ୍ଲା ମୁଖ୍ୟାଳୟରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ହେଇଯାଉଥିଲା। ରହିବ ପାଇଁ ମଧ୍ୟ ଅଧିକ ସୁବିଧା ନଥିଲା। ଯଦି ଲୋକମାନଙ୍କର ଜିଲ୍ଲାପାଳ ଅଫିସରେ କିଛି କାର୍ଯ୍ୟ ପଡୁଥିଲା, ତାହେଲେ ଯେମିତି ଲୋକମାନେ ସଜବାଜ ହୋଇ ଲୁଗାପଟା ପେଡ଼ିରେ ଧରି ତୀର୍ଥ କରିବାକୁ ଯାନ୍ତି, ସେମିତି ସେମାନେ ଯାଉଥିଲେ। ସେତେବେଳେ ମୁଖ୍ୟତଃ ଗମନାଗମନର ଏତେ ସୁବିଧା ନଥିଲା ବୋଲି ଅରୁଣ ସାହୁ କହିଛନ୍ତି।
ଅଧିକ ପଢନ୍ତୁ: "ମହାନଦୀ ଜଳ ବିବାଦ ପାଇଁ ଦାୟୀ ନବୀନ"; ବଜେଟକୁ ନିନ୍ଦା କରିବା ପରେ ବିରୋଧୀ ଦଳ ନେତାଙ୍କୁ ଉପମୁଖ୍ୟମନ୍ତ୍ରୀ କଲେ କଡ଼ା କାଉଣ୍ଟର