ମୁୁମ୍ବାଇ: ବହୁ ଚର୍ଚ୍ଚିତ ଦୁଇ ଫିଲ୍ମ ଧୁରନ୍ଧର ୨ ଓ ଟକ୍ସିସ ଏବେ ଆଉ ବକ୍ସ ଅଫିସ କ୍ଲାଶ ହେବ ନାହିଁ । ରଣବୀର ସିଂଙ୍କ ଧୁରନ୍ଧର ୨ ଓ ୟଶଙ୍କ ଟକ୍ସିସ ମାର୍ଚ୍ଚ ୧୯ରେ ରିଲିଜ୍ ହେବାର ଥିଲା । ମାତ୍ର ମାର୍ଚ୍ଚ ୪ ହୋଲି ଦିନ ୟଶ ସୋସିଆଲ ମିଡିଆରେ ସେୟାର କରି ଜଣାଇଛନ୍ତି ଯେ, ତାଙ୍କ ଫିଲ୍ମ ଟକ୍ସିକର ରିଲିଜକୁ ଘୁଞ୍ଚାଇ ଦିଆଯାଇଛି । ଏବେ ପ୍ରଶ୍ନ ଉଠୁଛି କଣ ଧୁରନ୍ଧର ୨ କାରଣରୁ ଟକ୍ସିର ରିଲିଜ୍ ତାରିଖ ବଦଳା ଯାଇଛି । ଏହାର ଉତ୍ତର ହେଉଛି ନା ।
କାହିଁକି ଘୁଞ୍ଚିଲା ରିଲିଜ୍ ତାରିଖ ?
ୟଶ ଅଫିସିଆଲ ଭାବେ ଜଣାଇଛନ୍ତି ଯେ, ସେ ନିଜର ବହୁ ପ୍ରତୀକ୍ଷିତ ଫିଲ୍ମ ଟକ୍ସିକକୁ ଘୁଞ୍ଚାଇବାର ନିର୍ଣ୍ଣୟ ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ନେଇଛନ୍ତି । ଏବେ ଫିଲ୍ମ ଜୁନ ୪ରେ ସିନେମା ଘରକୁ ଆସିବ । ବଡ କଥା ଏହି ଦିନ ବରୁଣ ଧାୱନ, ମୃଣାଲ ଠାକୁର ଓ ପୂଜା ହେଗଡେଙ୍କ ଫିଲ୍ମ ହେ ଜବାନୀ ତୋ ଇସ୍କ ହୋନା ରିଲିଜ୍ ହେଉଛି ।
ୟଶ ପୋଷ୍ଟ ସେୟାର କରି ଲେଖିଛନ୍ତି, ଟକ୍ସିକ ଏମିତି ଏକ ଫିଲ୍ମ ଯାହାକୁ ଆମେ ସାରା ଦୁନିଆର ଦର୍ଶକଙ୍କ ପାଇଁ ତିଆରି କରିଛୁ । କନ୍ନଡ ଓ ଇଂରାଜୀ ଭାଷାରେ ଏହି ଫିଲ୍ମ ଦେଶ ଓ ବିଦେଶର ଦର୍ଶକଙ୍କୁ ଯୋଡିବାର ଏକ ମାଧ୍ୟମ । ବର୍ଷ ବର୍ଷର ପରିଶ୍ରମ ପରେ ଆମେ ମାର୍ଚ୍ଚ ୧୯େରେ ଫିଲ୍ମ ରିଲିଜ୍ ନେଇ ଆମେ ସମସ୍ତେ ଉତ୍ସାହିତ ଥିଲୁ । ମାତ୍ର ବର୍ତ୍ତମାନର ଅନିଶ୍ଚିତତା, ବିଶେଷକରି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ସବୁ କିଛି ବିଗାଡି ଦେଇଛି । ଯୁଦ୍ଧ କାରଣରୁ ସେ ସବୁ ଦେଶରେ ହଲ୍ ବନ୍ଦ ରହିଛି । ତେଣୁ ଆମେ ଫିଲ୍ମର ରିଲିଜ୍ ତାରିଖ ଘୁଞ୍ଚାଇବାକୁ କଠିନ ନିଷ୍ପତ୍ତି ନେଇଛୁ । ଏବେ ଏହି ଫିଲ୍ମ ଚଳିତ ବର୍ଷ ଜୁନ ୪ ତାରିଖରେ ସିନେମାଘରକୁ ଆସିବ । ଏହା ଇଂରାଜୀ ଏବଂ ଅନେକ ଭାରତୀୟ ଭାଷାରେ ରିଲିଜ୍ ହେବ ।
Also read: ଥଲପତି ବିଜୟଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ପତ୍ନୀ, ମାଗିଲେ ଛାଡ଼ପତ୍ର