ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫଙ୍କ ଉପରେ ହୋଇଥିବା ଗୁଳି ମାଡ଼ ଘଟଣାରେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସପ୍ତାହେ ପୂର୍ବରୁ ଟାଇଗରଙ୍କ ଉପରେ ଗୁଳି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା ।
ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ପ୍ରଥମେ ୧୧ ଅକ୍ଟୋବରରେ ୩ ଅଭିଯୁକ୍ତଙ୍କୁ ସେହି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ସିସିଟିଭି ଫୁଟେଜ ଏବଂ ଫୋନ୍ ଟ୍ରାକ୍ ରେକର୍ଡରୁ ଜଣାପଡ଼ିଛି ସେମାନେ ୧୧ ଅକ୍ଟୋବରରେ ସେହି ଅଞ୍ଚଳରେ ଅଭିଯୁକ୍ତଙ୍କ ଗତିବିଧି ଦେଖାଯାଇଛି । ତେଣୁ ପୋଲିସ ସନ୍ଦେହ କରୁଛି ଯେ ସେମାନେ ସେହିଦିନ ଟାଇଗରଙ୍କୁ ଗୁଳି କରିବାକୁ ଯୋଜନା କରୁଥିଲେ ।
ଉଲ୍ଲେଖ ଯୋଗ୍ୟ, ମୁମ୍ବାଇର ଜୁହୁ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଅଭିନେତା ଟାଇଗର ଶ୍ରଫ୍ ଙ୍କ ଉପରେ ଗୁଳି ମାଡ଼ ହୋଇଛି । ଟାଇଗର ଶ୍ରଫ୍ ଜୁହୁ ସ୍ଥିତ ପୁଷ୍ପା ପାର୍କ୍ ଅଞ୍ଚଳରେ ଫୁଟବଲ୍ ଖେଳିବାକୁ ଯାଇଥିବା ବେଳେ ଗୁଳି ମାଡ଼ କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଖି ବୁଜା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି । ଏହି ଆକ୍ରମଣରେ ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଡ୍ରାଇଭର ଗୁଳିମାଡ଼ର ଶିକାର ହୋଇଛନ୍ତି । ପ୍ରାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଅଭିଯୁକ୍ତମାନଙ୍କୁ କୋଟାରୁ ଗିରଫ କରାଯାଉଛି ।