କେନ୍ଦ୍ରାପଡ଼ା: ନଦୀରେ ଗାଧୋଇବା ହେଲା କାଳ। ଲୁଣା ନଦୀରେ ବୁଡ଼ିଗଲେ ୩ ଜଣ ଯୁବକ। ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇ ଜଣ ଏବେ ବି ନିଖୋଜ ଅଛନ୍ତି। ଏଭଳି ଏକ ଅଘଟଣକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଞ୍ଚଲ୍ୟ ଖେଳିଯାଇଛି।
ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଦାନପୁର ନିକଟ ଲୁଣା ନଦୀରେ ଆଜି ସକାଳେ ଏହି ଅଘଟଣ ଘଟିଛି। ୩ ଜଣ ଯୁବକ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ କୌଣସି କାରଣରୁ ସେମାନେ ପାଣିରେ ବୁଡ଼ିଯାଇଥିଲେ।
ଘଟଣା ଜଣାପଡ଼ିବା ପରେ ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା। ହେଲେ ଅନ୍ୟ ଦୁଇ ଜଣଙ୍କର ଏଯାଏଁ କୌଣସି ପତ୍ତା ମିଳିନାହିଁ।
ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯୁବକଙ୍କୁ ଖୋଜାଖୋଜି ଜାରି ରଖିଛି। ନଦୀରେ ଉଦ୍ଧାର କାର୍ଯ୍ୟ ଚାଲିଥିବାବେଳେ ନିଖୋଜ ଦୁଇ ଯୁବକଙ୍କୁ ନେଇ ପରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ତେବେ ଉଦ୍ଧାର ହୋଇଥିବା ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ନିଖୋଜ ଯୁବକଙ୍କ ପରିଚୟ ସମ୍ପର୍କରେ ଏଯାଏଁ ବିସ୍ତୃତ ସୂଚନା ମିଳିନାହିଁ।