ଭୁବନେଶ୍ୱର: ପୂଜା ମଣ୍ଡପରେ ଗୁପ୍ଚୁପ୍ ଓ ଫାଷ୍ଟଫୁଡ୍ ଖାଉଛନ୍ତି କି? ତେବେ ଖାଦ୍ୟର ମାନ ଓ ସ୍ୱଚ୍ଛତା ପ୍ରତି ସତର୍କ ରୁହନ୍ତୁ। ଭୁବନେଶ୍ୱରର ବରମୁଣ୍ଡା ଦୁର୍ଗାପୂଜା ମଣ୍ଡପରେ ସୋମବାର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲ୍ରେ ଯାଞ୍ଚ କରାଯାଇଛି।
ଗୁପ୍ଚୁପ୍ ପାଣିଠାରୁ ତେଲ ଯାଏଁ ଯାଞ୍ଚ
ଖାଦ୍ୟରେ କୃତ୍ରିମ ରଙ୍ଗର ବ୍ୟବହାର, ବାସି ଖାଦ୍ୟ ଓ ତେଲର ଗୁଣବତ୍ତା ଯାଞ୍ଚ କରିଛନ୍ତି ଅଧିକାରୀ। ଗୁପ୍ଚୁପ୍ ଷ୍ଟଲ୍ରେ ଗୁପ୍ଚୁପ୍ ଓ ତେନ୍ତୁଳି ପାଣିର ମଧ୍ୟ ଯାଞ୍ଚ କରାଯାଇଛି।
ନିୟମ ନମାନିଲେ ହେବ ଷ୍ଟଲ୍ ସିଲ୍
ବାସି ଖାଦ୍ୟ କିମ୍ବା ଖରାପ ମାନର ତେଲ ବ୍ୟବହାର କରୁଥିବା ଦୋକାନୀଙ୍କ ଷ୍ଟଲ୍ ସିଲ୍ କରାଯାଇପାରେ ବୋଲି ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି। ଖାଦ୍ୟ ପରିବେଷଣ ବେଳେ ଗ୍ଲୋଭ୍ସ ଓ କ୍ୟାପ୍ ପିନ୍ଧିବାକୁ ବିକ୍ରେତାଙ୍କୁ କୁହାଯାଇଛି।
ପାର୍ବଣ ସମୟରେ ମଣ୍ଡପରେ ଲୋକଙ୍କ ଭିଡ଼ ବଢ଼ୁଥିବାରୁ ଖାଦ୍ୟର ଗୁଣବତ୍ତା ଓ ସ୍ୱଚ୍ଛତା ଯାଞ୍ଚ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସ୍ୱାଦ ପାଇଁ ଖାଦ୍ୟ ଖାଇବା ସହ ତାହା କେତେ ସୁରକ୍ଷିତ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ।