ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜା ପାଇଁ ଉତ୍ସବ ମୁଖରିତ ଚତୁର୍ଦ୍ଦିଗ । ଆଜି ପୀଠେ ଦଶହରା ଏବଂ ମଣ୍ଡପରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହେଉଛି ମାଆଙ୍କ ମହାନବମୀ ପୂଜା। ଗତକାଲି ସନ୍ଧିପୂଜା ପରେ ଆଜି ମହାମନବମୀରେ ରୀତିନୀତି ଓ ବିଧି ମତେ ମାଆଙ୍କ ପୂଜାର୍ଚ୍ଚନା କରାଯାଉଛି। ସକାଳୁ ସକାଳୁ ପୂଜା ମଣ୍ଡପ ଗୁଡିକରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ଜମିଗଲାଣି । ଲୋକମାନେ ଫୁଲ, ଧୂପ, ନୈବେଦ୍ୟ ଦେଇ ମା’ଙ୍କୁ ପୂଜା କରିବା ସହିତ ଜଗଜ୍ଜନନୀଙ୍କ ଆଶୀର୍ବାଦ ଭିକ୍ଷା କରୁଛନ୍ତି । ରାଜ୍ୟର ସମସ୍ତ ପୂଜା ମଣ୍ଡପରେ ଗହଳି ଦେଖିବାକୁ ମିଳିଛି । ଲୋକମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଣ୍ଡପ ବୁଲିଛନ୍ତି। ତୋରଣ, ସାଜସଜ୍ଜାକୁ ମନଭରି ଉପଭୋଗ କରୁଛନ୍ତି । ଆଜି ନବମୀ ତିଥିରେ ବିଭିନ୍ନ ସ୍ଥାନରେ ପାରମ୍ପରିକ ସିନ୍ଦୁର ଖେଳ, କନ୍ୟା ପୂଜନ ଏବଂ ଅନ୍ୟାନ୍ୟ ବିଧିବିଧାନ ପାଳନ କରାଯାଇଥାଏ।
ସେହିପରି ରାଜ୍ୟର ସମସ୍ତ ଶକ୍ତିପୀଠ ଗୁଡିକରେ ଆଜି ଦଶହରା ପାଳନ ହେଉଛି। ମନ୍ତ୍ର ଉଚ୍ଚାରଣ ସହ ଉଛୁଳି ପଡୁଛି ଦେବୀ ପୀଠ। ଭକ୍ତମାନଙ୍କ ଲାଗିଛି ଗହଳି।