ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ହେଉଛି ଦଶହରା ବା ବିଜୟାଦଶମୀ । ଆଜି ଶକ୍ତିପୀଠରେ ଦଶହରା ପାଳିତ ହେଉଥିବାବେଳେ ପୂଜା ମଣ୍ଡପରେ ଚାଲିଛି ମହାନବମୀ ପୂଜା । ଏହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ସୋସିଆଲ ମିଡ଼ିଆ ଏକ୍ସରେ ପୋଷ୍ଟ କରିଛନ୍ତି, “ବିଜୟାଦଶମୀ ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆନନ୍ଦ ଓ ଦୃଢ଼ ବିଶ୍ୱାସରେ ପରିପୂର୍ଣ୍ଣ ବିଜୟର ଏହି ପର୍ବ, ସମସ୍ତଙ୍କ ସଂକଳ୍ପକୁ ନୂତନ ଶକ୍ତି ପ୍ରଦାନ କରୁ । ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନ ସୁଖ, ସୌଭାଗ୍ୟ ଏବଂ ସଫଳତାରେ ସମୃଦ୍ଧ ହେଉ, ଏହା ହିଁ ମୋର ଆନ୍ତରିକ କାମନା”।
ସେହିପରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲେଖିଛନ୍ତି, “ଅସତ୍ୟ ଉପରେ ସତ୍ୟର, ଅଧର୍ମ ଉପରେ ଧର୍ମର ଏବଂ ଅନ୍ୟାୟ ଉପରେ ନ୍ୟାୟର ବିଜୟର ମହାପର୍ବ ପବିତ୍ର ‘ବିଜୟା ଦଶମୀ’ ତଥା ‘ଦଶହରା’ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା”।