ନୂଆଦିଲ୍ଲୀ: ଦେଶ ବଞ୍ଚାଇବାକୁ ଏସ୍ଆଇଆର୍ ବିରୋଧରେ ଆନ୍ଦୋଳନ କରୁଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ପାକିସ୍ତାନ ପ୍ରେମ ସାମ୍ନାକୁ ଆସିଛି । ଲଣ୍ଡନରେ ଧ୍ରୁବ ରାଠୀଙ୍କ ନିର୍ବାଚନ ଆୟୋଗ ବିରୋଧ ଆନ୍ଦୋଳନରେ ପାକିସ୍ତାନ ନାଗରିକ ଏବଂ ପାକିସ୍ତାନ ପତାକା ଦେଖିବାକୁ ମିଳିଛି । ଯେଉଁଥିପାଇଁ ଧ୍ରୁବଙ୍କ ଆଭିମୁଖ୍ୟ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେପଟେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ଧ୍ରୁବଙ୍କ ଉପରେ ବର୍ଷିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ରିଜିଜୁ ସୋମବାର ଲଣ୍ଡନ ପ୍ରତିବାଦର ଏକ ଭିଡିଓ ସେୟାର କରି ଟାର୍ଗେଟ କରିଥିଲେ। ଯେଉଁଥିରେ ପାକିସ୍ତାନ ପତାକା ଦେଖିବାକୁ ମିଳିଛି । ତାଙ୍କ ପୋଷ୍ଟରେ ରିଜିଜୁ ଲେଖିଛନ୍ତି, "ପାକିସ୍ତାନ ଅଧିକୃତ କାଶ୍ମୀର ଏବଂ ପାକିସ୍ତାନର ପତାକା ସହିତ ଲଣ୍ଡନରେ କଂଗ୍ରେସ ଦଳର ପତାକା! ଏହି ଲୋକମାନେ ଭାବୁଛନ୍ତି ଯେ ଲଣ୍ଡନରେ ଭାରତ ବିରୋଧୀ ଗୋଷ୍ଠୀଙ୍କ ସମାବେଶ, ଦେଶପ୍ରେମୀ ଭାରତୀୟମାନଙ୍କୁ ଭୟଭୀତ କରିବ।" ସେ ଲେଖିଛନ୍ତି, 'ଲଣ୍ଡନର ସମସ୍ତ ଭାରତ ବିରୋଧୀ ଗ୍ୟାଙ୍ଗ୍ ଜଣେ ୟୁଟ୍ୟୁବରଙ୍କ ନିର୍ଦ୍ଦେଶରେ କାମ କରନ୍ତି ଯିଏ ନିଜକୁ ଭାରତୀୟ ବୋଲି କୁହନ୍ତି, କିନ୍ତୁ ବାସ୍ତବରେ ସେମାନେ ପ୍ରକୃତ ଭାରତୀୟ ନୁହଁନ୍ତି।'