ମୁମ୍ବାଇ: ଟାଇଗର ଶ୍ରଫଙ୍କ ହୋଇଥିବା ଗୁଳି ମାଡ଼ ଘଟଣାରେ ମୁମ୍ବାଇ ପୋଲିସକୁ ବଡ଼ ସଫଳତା ମିଳିଛି । ଘଟଣାକୁ 24 ଘଣ୍ଟା ନ ପୁରୁଣୁ ପୋଲିସ ସନ୍ଦିଗ୍ଧଙ୍କୁ ଧରିବାରେ ସଫଳ ହୋଇଛି । ପୋଲିସ ଗୁଳି ଚଳାଇଥିବା ତିନି ଜଣ ବନ୍ଧୁକଧାରୀଙ୍କୁ ରାଜସ୍ଥାନର କୋଟାରେ ଗିରଫ କରାଯାଇଛି । ସନ୍ଦେହ କରାଯାଉଛି ଯେ ରବିବାର ଦିନ ଅଭିନେତାଙ୍କ ଉପରକୁ ଗୁଳି ଚଳାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଏମାନଙ୍କ ମଧ୍ୟରୁ ଦୁଇ ଜଣ ସାମିଲ ଥିଲେ।
ପ୍ରାଥମିକ ଗୁଇନ୍ଦା ସୂଚନା ଅନୁଯାୟୀ, ପୋଲିସ କବଳରୁ ବର୍ତ୍ତିବା ପାଇଁ ସେମାନେ ଟ୍ରେନ୍ ଯୋଗେ ମୁମ୍ବାଇରୁ ପଳାୟନ କରିଥିଲେ । ଏହି ତିନି ଜଣ ମହାରାଷ୍ଟ୍ର ସୀମା ଅତିକ୍ରମ କରି ପଡ଼ୋଶୀ ରାଜ୍ୟ ଗୁଜୁରାଟ ଯାଇଥିଲେ । ପରେ ରାଜସ୍ଥାନର କୋଟା ରେଳ ଷ୍ଟେସନରେ ଟ୍ରେନ୍ରେ ଯାତ୍ରା କରୁଥିବା ସମୟରେ ସେମାନଙ୍କୁ ଧରାଯାଇଥିଲା।
ଉଲ୍ଲେଖ ଯୋଗ୍ୟ, ମୁମ୍ବାଇର ଜୁହୁ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଅଭିନେତା ଟାଇଗର ଶ୍ରଫ୍ ଙ୍କ ଉପରେ ଗୁଳି ମାଡ଼ ହୋଇଛି । ଟାଇଗର ଶ୍ରଫ୍ ଜୁହୁ ସ୍ଥିତ ପୁଷ୍ପା ପାର୍କ୍ ଅଞ୍ଚଳରେ ଫୁଟବଲ୍ ଖେଳିବାକୁ ଯାଇଥିବା ବେଳେ ଗୁଳି ମାଡ଼ କରାଯାଇଥିଲା । ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି ଆଖି ବୁଜା ଗୁଳି ଚାଳନା କରି ଫେରାର ହୋଇଯାଇଛନ୍ତି । ଏହି ଆକ୍ରମଣରେ ତାଙ୍କ ଡ୍ରାଇଭର ଏବଂ ଜଣେ ଅଟୋ ଡ୍ରାଇଭର ଗୁଳିମାଡ଼ର ଶିକାର ହୋଇଛନ୍ତି। ଯାହା ସାରା ମୁମ୍ବାଇ ସହର ସହିତ ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପ୍ରାୟ ୫ ରାଉଣ୍ଡ ଗୁଳି ଚାଳନା ହୋଇଥିଲା । ଏହି ଆକ୍ରମଣରେ ଡ୍ରାଇଭରଙ୍କ ସମେତ ଜଣେ ସ୍ଥାନୀୟ ଅଟୋ ଚାଳକ ଏବଂ ଜଣେ ଫ୍ୟାନ୍ ମଧ୍ୟ ଆହତ ହୋଇଥିବା କୁହାଯାଉଛି। ଘଟଣାସ୍ଥଳରେ ତୁରନ୍ତ ଆମ୍ବୁଲାନ୍ସ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ଫାୟାରିଂ ମାମଲାରେ ବିଷ୍ଣୋଇ ଗ୍ୟାଙ୍ଗର ଦିଲ୍ଲୀ ଏବଂ ପଞ୍ଜାବ ମଡ୍ୟୁଲ୍ର ଭୂମିକା ସାମ୍ନାକୁ ଆସିଥିବା ଦାବି କରାଯାଉଛି। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅନିଲ ପଣ୍ଡିତ ଏବଂ ହରମନ ସିନ୍ଧୁ ଗୁଳିକାଣ୍ଡରେ ସମ୍ପୃକ୍ତ ଥିବା ଦାବି କରିଛନ୍ତି ।