ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ତଥା ଲବ୍ଧପ୍ରତିଷ୍ଠିତ ପ୍ରଯୋଜକ ନିରଞ୍ଜନ ରଣା ଆଉ ନାହାନ୍ତି। ମାତ୍ର ୫୫ ବର୍ଷ ବୟସରେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ତାଙ୍କର ଏଭଳି ଅକାଳ ବିୟୋଗରେ ସମଗ୍ର ଓଲିଉଡ୍ ଜଗତ ଏବଂ ସିନେପ୍ରେମୀଙ୍କ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି।
ଓଡ଼ିଆ ସିନେମାକୁ ଦେଇଛନ୍ତି ଅନେକ ସ୍ମରଣୀୟ ଚଳଚ୍ଚିତ୍ର
ନିରଞ୍ଜନ ରଣା ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ପରିଚିତ ତଥା ନିଷ୍ଠାବାନ୍ ପ୍ରଯୋଜକ ଥିଲେ। ସେ ନିଜର ପ୍ରଯୋଜନା ଦକ୍ଷତା ବଳରେ ଓଡ଼ିଆ ଦର୍ଶକଙ୍କୁ ଅନେକ ସୁନ୍ଦର ଏବଂ ଲୋକପ୍ରିୟ ଚଳଚ୍ଚିତ୍ର ଦେଇଥିଲେ। ତାଙ୍କ ଦ୍ୱାରା ପ୍ରଯୋଜିତ ଚଳଚ୍ଚିତ୍ରଗୁଡ଼ିକ ଭିତରେ ‘ଯେ ପାଞ୍ଚେ ପର ମନ୍ଦ’, ‘ହରି ଭାଇ ହାରେନା’ ଏବଂ ‘ପହିଲି ରଜ’ ଆଦି ସିନେମା ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିବା ବେଳେ ବେଳେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା।
ଶୋକ ପ୍ରକାଶ କଲେ କଳାକାର ଓ ସିନେପ୍ରେମୀ
ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ତାଙ୍କର ଅବଦାନ ଅତୁଳନୀୟ। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଖବର ପ୍ରଚାରିତ ହେବା ପରେ ଓଲିଉଡ଼ର ଅନେକ ନିର୍ଦ୍ଦେଶକ, ଅଭିନେତା, ପ୍ରଯୋଜକ ଏବଂ କଳାପ୍ରେମୀ ଗଭୀର ଶୋକ ପ୍ରକାଶ କରିବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।