ମୁମ୍ବାଇ: କିଛି ଦିନ ତଳେ ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫଙ୍କ ଉପରକୁ ହୋଇଥିବା ଗୁଳି ମାଡ଼ ଘଟଣା ମନରୁ ଲିଭି ନ ଥିବାବେଳେ ଆଉ ଏକ ଧମକ ମାମଲା ସାମ୍ନାକୁ ଆସିଛି । ପ୍ରଖ୍ୟାତ ଅଭିନେତା ଅମିତାଭ ବଚ୍ଚନ ଏବଂ ପଞ୍ଜାବୀ ଗାୟକ ତଥା ଅଭିନେତା ଦିଲଜିତ ଦୋସାଞ୍ଜଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି ।
ମୁମ୍ବାଇର ଏକ ଆମେରିକୀୟ ଘରୋଇ ବିଦ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ଦିଲଜିତ ଦୋସାଞ୍ଜଙ୍କୁ ହତ୍ୟା ଧମକ ମିଳିଛି । ଖବର ପାଇବା ପରେ ମୁମ୍ବାଇ ପୋଲିସ ତୁରନ୍ତ ଯାଞ୍ଚ ଆରମ୍ଭ କରିଛି । ଏହି ଦୁଇ ଅଭିନେତାଙ୍କୁ ପ୍ରତ୍ୟକ୍ଷଭାବେ କୌଣସି ଧମକ ଆସି ନାହିଁ ।
ତେବେ ହସ୍ତଗତ ହୋଇଥିବା ଇମେଲ୍ ସ୍ମିଥ ଜନସନ ନାମକ ବ୍ୟକ୍ତିଙ୍କୁ ଆକାଉଣ୍ଟରୁ ଆସିଛି । ଖାଲିସ୍ତାନୀ ପକ୍ଷରୁ କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ତଥାପା ଇମେଲ୍ କିଏ କରିଛି ଏବଂ କାହିଁକି କରିଛି ସେନେଇ ସାଇବର୍ ସେଲ୍ ତନାଘନା ଆରମ୍ଭ କରିଦେଇଛି ।
ଉଲ୍ଲେଖ ଯୋଗ୍ୟ, ଗତ ରବିବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଘଟିଥିଲା। ଟାଇଗର ଶ୍ରଫ୍ ଜୁହୁ ଅଞ୍ଚଳରେ ଏକ ପାର୍କରେ ଫୁଟବଲ୍ ଖେଳି ଘରକୁ ଫେରୁଥିବାବେଳେ ଦୁଇଜଣ ଦୁର୍ବୃତ୍ତ ଗୁଳି ମାଡ଼ କରିଥିଲେ । ପ୍ରାୟ ସାତ ରାଉଣ୍ଡ ଗୁଳି ହୋଇଥିଲା । ଟାଇଗର ଶ୍ରଫ୍ ଅଳ୍ପକେ ଗୁଳିମାଡ଼ରୁ ବର୍ତ୍ତି ଯାଇଥିଲେ, କିନ୍ତୁ ତାଙ୍କ ଗାଡ଼ି ଚାଳକ ଏବଂ ଏକ ଅଟୋ-ରିକ୍ସା ଚାଳକଙ୍କୁ ଗୁଳି ବାଜିଥିଲା। ଆକ୍ରମଣ ପରେ ତୁରନ୍ତ ଟାଇଗର ଶ୍ରଫ୍ ନିଜେ ଗାଡ଼ି ଚାଳକ ଆସନରେ ବସିଲେ ଏବଂ ଆହତ ଚାଳକଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନା ନେଇଯାଇଥିଲେ । ଏହି ମାମଲାରେ ମୋଟ ସାତ ଜଣଙ୍କୁ ଏଯାବତ ଗିରଫ କରାଯାଇଛି ।