ଭାଷା ହେଉଛି ଏକ ମାତ୍ର ମାଧ୍ୟମ ଯାହା, ଲୋକଙ୍କୁ ପରସ୍ପର ସହ ଯୋଡ଼ି ରଖିବାରେ ସହାୟକ ହୋଇଥାଏ। କେବଳ ସେତିକି ନୁହେଁ ନିଜର ମନ କଥା ହେଉବା ନିଜର କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବାର ମାଧ୍ୟମ ମଧ୍ୟ ପାଲଟିଥାଏ ଭାଷା। ତେଣୁ ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ୨୧ ଫେବୃୟାରୀକୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ରୂପେ ପାଳନ କରାଯାଉଛି। ମାତୃଭାଷାର ସୁରକ୍ଷା ଏବଂ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ। ପ୍ରତିବର୍ଷ ଗୋଟିଏ ଗୋଟିଏ ଥିମକୁ ନେଇ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ଥିମ୍ ରହି "ବହୁଭାଷୀ ଶିକ୍ଷା ଉପରେ ଯୁବପିଢ଼ିଙ୍କ ମତ"।
କେଉଁ ଦିନ ପାଳନ ହେଲା ଏହି ଦିବସ :
୧୭ ନଭେମ୍ବର ୧୯୯୯ ମସିହାରେ ୟୁନେସ୍କୋ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବା ପାଇଁ ଘୋଷଣା କରିଥିଲା। ଏହାପରେ ୨୦୦୦ ମସିହା ୨୧ ଫେବୃୟାରୀରେ ପ୍ରଥମେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରାଯାଇଥିଲା। ଜାତିସଂଘ ସାଧାରଣ ପରିଷଦ ୨୦୦୮କୁ ଅନ୍ତର୍ଜାତୀୟ ଭାଷା ବର୍ଷ ଭାବେ ଘୋଷଣା କରି ପୁଣି ଏହାର ମହତ୍ତ୍ୱକୁ ପ୍ରତିପାଦନ କରିଥିଲେ। ୨୦୦୨ରୁ ଏକ ନିର୍ଦ୍ଦିଷ୍ଟ ସ୍ଲୋଗାନ ନେଇ ଏହି ଦିବସ ପାଳନ କରାଯାଉଛି।
କିପରି ପାଳନ ହୁଏ ଏହି ଦିବସ :
ପ୍ରତିବର୍ଷ ୨୧ ଫେବୃୟାରୀ ତାରିଖ ଅର୍ଥାତ ଆଜିର ଦିନରେ ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପକ୍ଷରୁ ମାତୃଭାଷାକୁ ଅନେକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ଏପରିକି ଯୁବପିଢିଙ୍କ ମଧ୍ୟରେ ମାତୃଭାଷାର ମହତ୍ଵକୁ ପ୍ରତିପାଦିତ କରିବା ପାଇଁ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥାଏ। ଏହାସହିତ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ମାତୃଭାଷାକୁ କିପରି ଆହୁରି ଅଧିକ ଲୋକପ୍ରିୟ କରାଯାଇପାରିବ ସେ ନେଇ ନିଜ ନିଜର ମତ ଦେଇଥାନ୍ତି।
ଅଧିକ ପଢ଼ନ୍ତୁ ; ଆସୁଛି ଲଘୁଚାପ ; ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ