ଭୁବନେଶ୍ୱର : ପୁଣି ଆସୁଛି ଆଉ ଏକ ବଡ ଲଘୁଚାପ। ଆସନ୍ତା ୨୩ ତାରିଖରୁ ରାଜ୍ୟରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା। ତେବେ ଲଘୁଚାପକୁ ଦୃଷ୍ଟିରେ ରଖି ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି।ବିଷୁବୀୟ ଭାରତ ମହାସାଗର ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ଏହାପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ତେଣୁ ଏହାର ପ୍ରଭାବରେ ୨୪ ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି।
ରାଜ୍ୟରେ ବର୍ତ୍ତମାନ ଶୁଖିଲା ପାଗ ରହିଥିବା ବେଳେ ଆଗାମୀ ୩ରୁ ୪ ଦିନ ରାତ୍ରି ତାପମାତ୍ରା ପ୍ରାୟ ୨ରୁ ୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇବ। ଏହା ପରେ ତାପମାତ୍ରାରେ ବଡ଼ ଧରଣର ପରିବର୍ତ୍ତନର ସମ୍ଭାବନା ନାହିଁ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ। କିନ୍ତୁ କିଛି ଜିଲ୍ଲାରେ ଆକାଶ ମେଘଯୁକ୍ତ ରହିବ। ହେଲେ ପୁନର୍ବାର ଶୀତ ଅନୁଭୂତ ହେବ ନାହିଁ।
ଅଧିକ ପଢ଼ନ୍ତୁ ; ରାଜ୍ୟରେ ଉପରମୁହାଁ ପାରଦ ; ଆହୁରି ୩ ରୁ ୪ ଡିଗ୍ରୀ ବଢିବ