ଭୁବନେଶ୍ୱର ; ଦିନକୁ ଦିନ ରାଜ୍ୟରେ ଉପରମୁହାଁ ହେବାରେ ଲାଗିଛି ପାରଦ। ଏଥିପାଇଁ ସକାଳ ୮ ଟାରୁ ହିଁ ରାଜ୍ୟରେ ଅନୁଭୂତ ହେଉଛି ତାତି। ତେବେ ଶୁକ୍ରବାର ରାତିରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ପ୍ରାୟ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାସହିତ ଏବେ ସର୍ବାଧିକ ତାପମାତ୍ରା ୩୬ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୭ ଡିଗ୍ରୀ ମଧ୍ୟରେ ରହିବ ବୋଲି ପୂର୍ବାନୁମାନ କରାଯାଇଛି।
ଆଜି ରାଜଧାନୀ ଓ ଆଖପାଖ ଅଞ୍ଚଳରେ ସକାଳୁ ସକାଳୁ ଅଳ୍ପ ମାତ୍ରା ଶୀତ ଅନୁଭୂତ ହେଉଛି। କିନ୍ତୁ କୁହୁଡି ପରିଲିକ୍ଷିତ ହୋଇନାହିଁ। ଏପରିକି ଆକାଶ ମେଘମୁକ୍ତ ରହିଛି। ଆସନ୍ତା ୬ ରୁ ୭ ଦିନ ମଧ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ରାଜ୍ୟରେ ଏହି ତାପମାତ୍ରା ଜାରି ରହିବ। ଏଥିସହ ରାଜ୍ୟରେ ଦିନରେ ପାଗ ଶୁଖିଲା ଓ ଖରାଟିଆ ରହିବ। ତେବେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ଘୁ.ଉଦୟଗିରି ଠାରେ ୭.୬ ଡିଗ୍ରୀ ରେକର୍ଡ଼ ହୋଇଥିବା ବେଳେ ସେମିଳିଗୁଡାରେ ୯.୨ ଡିଗ୍ରୀ, ରାଉରକେଲାରେ ୧୦ ଡିଗ୍ରୀ ରହିଛି।