ଭୁବନେଶ୍ୱର ; ଜେଜେଙ୍କ ସ୍ମୃତିରେ କ୍ରିକେଟ ପ୍ରତିଯୋଗିତା ଆୟୋଜନ। ଦୀର୍ଘ ୨୭ ବର୍ଷ ହେଲା ରାଜଧାନୀରେ ଏହାକୁ ଆୟୋଜନ କରୁଛନ୍ତି ବିହାରୀଲାଲ ସ୍ପୋର୍ଟ୍ସ ଟ୍ରଷ୍ଟର ସଭାପତି ଅକ୍ଷୟ କୁମାର ଜେନା। ବିହାରୀ ଲାଲ ସ୍ପୋର୍ଟ୍ସ ଟ୍ରଷ୍ଟ ତରଫରୁ ପାଖରୀପୁଟ ସ୍ଥିତ ବିହାରୀଲାଲ ଗ୍ରାଉଣ୍ଡରେ ଆୟୋଜିତ ହୋଇ ଆସୁଛି ବିହାରୀଲାଲ କ୍ରିକେଟ ଧାମାକା ବା କ୍ରିକେଟ ଟୁର୍ନାମେଣ୍ଟ। ପ୍ରତ୍ୟେକ ବର୍ଷ ରାଜଧାନୀର ବିଭିନ୍ନ ସ୍ଥାନରୁ କ୍ରିକେଟ କ୍ଲବ ଗୁଡିକୁ ନେଇ ଆୟୋଜିତ ହେଉଛି ଏହି ଲିଗ। ବିଗତ କିଛି ବର୍ଷ ହେଲା କ୍ଲବ ସହ ଭେଟେରାନ ମଧ୍ୟ ଖେଳୁଛନ୍ତି ଏହି ଲିଗ।
ରାଜ୍ୟ କିମ୍ବା ବିଭିନ୍ନ କ୍ଲବ କ୍ରିକେଟ ଖେଳିଥିବା ଭେଟେରାନ ଖେଳାଳି ମଧ୍ୟ ଏହି ଲିଗରେ ଖେଳି ଦେଖାଉଛନ୍ତି ବ୍ୟାଟିଙ୍ଗ ଏବଂ ବୋଲିଙ୍ଗରେ କମାଲ। ଗୋଟେ ପଟେ ରାଜ୍ୟରେ ଏବେ ଟେନିସ ବଲ ଲିଗ ବେଶି ଆୟୋଜକମାନେ ଆୟୋଜନ କରୁଥିବା ବେଳେ ଖେଳାଳିଙ୍କ ଦକ୍ଷତା ବିକାଶକୁ ଗୁରୁତ୍ୱ ଦେଇ ସବୁବେଳେ ସିଜିନ ବଲରେ କରିଥାନ୍ତି ଆୟୋଜନ। ପ୍ରତିଯୋଗିତା ବିଶେଷ ସହାୟକ ରାଶି ନଥିଲେ ମଧ୍ୟ ନିଜ ଉଦ୍ୟମରେ ଏହାକୁ ସଫଳ କରିବାରେ ସବୁବେଳେ ଚେଷ୍ଟିତ ଅକ୍ଷୟ ଜେନା। ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ପ୍ରୟାସ କରାଯିବ ବୋଲି କହିଛନ୍ତି ଅକ୍ଷୟ।