ଭୁବନେଶ୍ୱର ; ବର୍ତ୍ତମାନ ପାଗ ପରିବର୍ତ୍ତନ ହେବା ସହିତ କିଛି ମାତ୍ରାରେ ତାତି ମଧ୍ୟ ଅନୁଭୂତ ହେଲାଣି। ଯାହାଫଳରେ ଏବେ ପ୍ରତ୍ୟକଟି ଛକରେ ଜୁସ ସହିତ ଫଳ ମଧ୍ୟ ମିଳିବ। ଆଉ ପ୍ରାୟତଃ ସବୁ ଫଳ ଆମ ଦେହକୁ ଅନେକ ପୋଷକ ତତ୍ୱ ଯୋଗାଇଥାନ୍ତି। ଏପରିକି ଗ୍ରୀଷ୍ମ ଋତୁରେ ପଣସର ମଧ୍ୟ ଅତ୍ୟଧିକ ଚାହିଦା ରହିଥାଏ। ସମସ୍ତେ ସ୍ୱାଦିଷ୍ଠ ପଣସ ଖାଇବା ପାଇଁ ଗ୍ରୀଷ୍ମ ଋତୁକୁ ଅପେକ୍ଷା କରି ରହିଥାନ୍ତି।
ତେବେ ପଣସରେ ପ୍ରଚୁର ଫାଇବର, ଭିଟାମିନ-ଏ, ଭିଟାମିନ-ସି, ପୋଟାସିୟମ୍, କାର୍ବୋହାଇଡ୍ରେଟ୍, ଆଇରନ୍ ଏବଂ କ୍ୟାଲସିୟମ୍ ଥାଏ। ଏହାସହିତ ଏହା ଡାଇବେଟିସ୍ ଠାରୁ ଆରମ୍ଭ କରି ହାଇ ବ୍ଲଡ ପ୍ରେସର ପର୍ଯ୍ୟନ୍ତ ରୋଗରୁ ମଧ୍ୟ ଉପଶମ ଦେଇଥାଏ। ଏହି ସମସ୍ତ ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏପରିକି ଏହା ହର୍ମୋନ କଣ୍ଟ୍ରୋଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
ପଣସ ଆମ ଦେହ ପାଇଁ ଯେତିକି ଉପଯୋଗୀ ହୋଇଥାଏ ସେତିକି ମଧ୍ୟ କ୍ଷତି କାରକ ହୋଇଥାଏ। ତେଣୁ ପଣସ ଖାଇବା ପରେ କ୍ଷୀର,ମହୁ,ଭେଣ୍ଡି,ଅମୃତଭଣ୍ଡା,ପାନ,ଦହି ଖାଇବା ଉଚିତ ନୁହଁ। ନଚେତ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଏହାସହିତ ପଣସ ଖାଇବା ପରେ କେବେବି ସଙ୍ଗେ ସଙ୍ଗେ ପାଣି ପିଅନ୍ତୁ ନାହିଁ। ଏହା ମଧ୍ୟ ପାକସ୍ଥଳୀ ଉପରେ କୁ ପ୍ରଭାବ ପକାଏ।