କିଶୋର ତଥା କମ୍ ବୟସର ପିଲାମାନେ ଏହାର କବଳିତ କରୁଛି ନିଶା। ଦିନକୁ ଦିନ ନିଶା କାରବାର ତଥା ସେବନ ବଢିଚାଲିଛି। ବିଯାହା ଏକ ସାମାଜିକ ବ୍ୟାଧିର ରୂପ ନେଲାଣି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ୨୬ ଜୁନକୁ ବିଶ୍ୱ ନିଶା ନିବାରଣ ଦିବସ ରୂପେ ପାଳନ କରାଯାଏ। ବେଆଇନ ନିଶା କାରବାର ଓ ବ୍ୟବହାରକୁ ରୋକିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ।
୭ ସେପ୍ଟେମ୍ବର ୧୯୮୭ରେ ମିଳିତ ଜାତିସଂଘ ସାଧାରଣ ସଭାରେ ଏକ ସଂକଳ୍ପ ପାରିତ ହୋଇଥିଲା। ଏହି ପ୍ରସ୍ତାବରେ ବେଆଇନ ନିଶା କାରବାର ତଥା ବ୍ୟବହାର ରୋକିବା ପାଇଁ ଆଲୋଚନା ହୋଇଥିଲା।ଏହି ଦିନ ନିଶା ନିଷେଧ ପାଇଁ ଏକ ସ୍ୱତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନିଆ ଯାଇଥିଲା ଏବଂ ୧୯୮୯, ଜୁନ୍ ୨୬ରେ ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହୋଇଥିଲା। ଏହା ପରଠାରୁ ପ୍ରତିବର୍ଷ ଆଜିର ଦିନରେ ଏହି ଦିବସ ପାଳନ ହୋଇ ଆସୁଛି।