ଭଦ୍ରକ: ଅଗ୍ନିକାଣ୍ତରେ ଜଳିଗଲା ୬ ବଖରା ଘର । ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଡଙ୍ଗ ପଞ୍ଚାୟତରେ । ଏହ ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଛି ।
ସୂଚନା ଅନୁସାରେ, ରାତିରେ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଓଡ଼ଙ୍ଗ ପଞ୍ଚାୟତ ସରମରା ଗ୍ରାମରେ ସାହୁସାହିରେ ବିଳମ୍ବିତ ରାତିରେ ହଠାତ ଗ୍ୟାସ୍ ଟାଙ୍କିରୁ ଗ୍ୟାସ୍ ଲିକ୍ ହୋଇଥିଲା । ଘରେ ଲୋକମାନେ ଥିବା ବେଳେ ଘର ହୁତୁହୁତୁ ହୋଇ ଜଳି ଉଠିଥିଲା । ଏଥିରେ ୬ ଭାଇଙ୍କର ୭ ବଖରା ଘର ଜଳି ପୋଡି ନଷ୍ଟ ହୋଇଗଲା । ନିଆଁର ପ୍ରଖର ଏପରି ଥିଲା ଯେ ସେଥିରେ ଘରର ସମସ୍ତ ଆସବାବ ପତ୍ର, ଗୋଟିଏ ମୋଟର ସାଇକେଲ ଓ ପୋଷାକ ପତ୍ର ପୋଡି ପାଉଁଶ ହୋଇଗଲା । ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।