ବଲିଉଡ ଇଣ୍ଡଷ୍ଟ୍ରିରେ କରନ ଜୋହରଙ୍କ ବିଷୟରେ କିଏ ବା ନ ଜାଣେ। ସେ ହେଉଛନ୍ତି ବଲିଉଡ ର ଜଣେ ସଫଳ ନିର୍ଦ୍ଦେଶ ତଥା ପ୍ରଯୋଜକ। ବଲିଉଡ ଏବଂ ଟଲିଉଡ ଉଭୟର ଅନେକ ସୁପରହିଟ ଚଳଚ୍ଚିତ୍ରରେ କରନ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ତେବେ ଆଜି ହେଉଛି ସେଇ ଷ୍ଟାଇଲ ଆଇକନ୍ ଏବଂ ଲୋକପ୍ରିୟ ନିର୍ଦ୍ଦେଶକଙ୍କ ଜନ୍ମ ଦିନ। ଅର୍ଥାତ୍ ଆଜି କରନ ୫୩ ବର୍ଷ ବୟସରେ ପାଦ ରଖିଛନ୍ତି। ଏଥିପାଇଁ ଆଜି ବଲିଉଡ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଅନେକ ପ୍ରଶଂସକ ତାଙ୍କୁ ସୋସିଆଲ ମିଡିଆରେ ଅଭିନନ୍ଦନ ଜଣାଇଛନ୍ତି।
୨୫ ମେ ୧୯୭୨ ମସିହାରେ ଜନ୍ମ ଗ୍ରହନ କରିଥିଲେ କରଣ ୟଶ୍ ଜୋହର। ତେବେ କରନ ପ୍ରାୟତଃ ବଲିଉଡ ରେ KJo ଭାବରେ ଜଣାଶୁଣା। କରନ ହେଉଛନ୍ତି ଜଣେ ଭାରତୀୟ ଚଳଚ୍ଚିତ୍ର ନିର୍ମାତା, ପ୍ରଯୋଜକ ଏବଂ ଟେଲିଭିଜନ ବ୍ୟକ୍ତିତ୍ୱ ଯିଏ ମୁଖ୍ୟତଃ ହିନ୍ଦୀ ସିନେମାରେ କାମ କରନ୍ତି। ସେ ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ୍ସ ଅଧୀନରେ ଅନେକ ସଫଳ ଅଭିନେତା ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ କ୍ୟାରିଅର ଆରମ୍ଭ କରିଛନ୍ତି ।ଏପରିକି ତାଙ୍କ କାମ ପାଇଁ ମଧ୍ୟ ତାଙ୍କୁ ତିନୋଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର , ସାତଟି ଫିଲ୍ମଫେୟାର ପୁରସ୍କାର ଏବଂ ୨୦୨୦ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି।