ବାଙ୍ଗାଲୁର: ଚଳିତ ବର୍ଷ ଆଇପିଏଲରେ ବିରାଟ କୋହଲିଙ୍କ ଭଲ ପ୍ପଦର୍ଶନ ଜାରି ରହିଛି, ଯେଉଁଥିରେ ସେ ୧୧ଟି ଇନିଂସରେ ୬୩.୧୩ ହାରରେ ୫୦୫ ରନ୍ କରିଛନ୍ତି । କୋହଲିଙ୍କ ଏହି ଚମତ୍କାର ପ୍ରଦର୍ଶନ ଆଧାରରେ, ଆରସିବି ଦଳ ପୂର୍ବରୁ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିସାରିଛି, ବର୍ତ୍ତମାନ ସେମାନଙ୍କର ଧ୍ୟାନ ସିଜିନର ବାକି ଦୁଇ ଲିଗ୍ ମ୍ୟାଚ୍ ଜିତି ଶୀର୍ଷ-୨ ସ୍ଥାନରେ ରହିବା ଉପରେ ରହିଛି। ଆରସିବିକୁ ଏହାର ପରବର୍ତ୍ତୀ ମ୍ୟାଚ୍ ଆଜି (୨୩ ମେ’)ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବାକୁ ଯାଉଛି ଏବଂ ଏହି ମ୍ୟାଚ୍ରେ ବିରାଟ କୋହଲିଙ୍କ ପାଖରେ ତାଙ୍କ ନାମରେ ଏକ ବଡ଼ ରେକର୍ଡ କରିବାର ସୁଯୋଗ ରହିଛି ।
ବିରାଟ କୋହଲି ୨୦୦୮ ମସିହାରୁ ବାଙ୍ଗାଲୁରୁ ପାଇଁ ଖେଳୁଛନ୍ତି । କୋହଲି ଆରସିବି ପାଇଁ ୨୭୮ ଟି-୨୦ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ସେ ୩୯.୫୨ ହାରରେ ୮୯୩୩ ରନ କରିଛନ୍ତି। କୋହଲିଙ୍କ ବ୍ୟାଟରୁ ୮ ଟି ଶତକ ଏବଂ ୬୪ ଟି ଅର୍ଦ୍ଧଶତକୀୟ ଇନିଂସ ମଧ୍ୟ ଦେଖାଯାଇଛି। ଯଦି କୋହଲି ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍ରେ ଆଉ ୬୭ ରନ୍ କରିବାରେ ସଫଳ ହୁଅନ୍ତି, ତେବେ ସେ ଟି-୨୦ କ୍ରିକେଟ୍ ଇତିହାସରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ବିବଚିତ ହେବେ ଯିଏ ଗୋଟିଏ ଦଳ ପାଇଁ ଖେଳି ୯୦୦୦ ରନ୍ ପୂରଣ କରିବେ ।