ନୂଆଦିଲ୍ଲୀ: ହକି ଇଣ୍ଡିଆ ନେଦରଲ୍ୟାଣ୍ଡର ଆମଷ୍ଟେଲଭିନ୍ ଏବଂ ବେଲଜିୟମର ଆଣ୍ଟୱର୍ପରେ ଜୁନ୍ ୭ରୁ ଖେଳାଯିବାକୁ ଥିବା ଏଫଆଇଏଚ ହକି ପ୍ରୋ ଲିଗ୍ ର ୟୁରୋପୀୟ ପର୍ଯ୍ୟାୟ ପାଇଁ ୨୪ ଜଣିଆ ଭାରତୀୟ ପୁରୁଷ ଦଳ ଘୋଷଣା କରିଛି। ଭାରତୀୟ ଦଳ ଜୁନ୍ ୭ ଏବଂ ୯ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଦୁଇଟି ମ୍ୟାଚ୍ ସହିତ ଏହାର ଯାତ୍ରା ଆରମ୍ଭ କରିବ। ଏହା ପରେ ଜୁନ୍ ୧୧ ଏବଂ ୧୨ରେ ଆମଷ୍ଟେଲଭିନ୍ ରେ ଆର୍ଜେଣ୍ଟିନା ବିପକ୍ଷରେ ଡବଲ୍ ହେଡର ଖେଳ ହେବ। ତେବେ ଏହି ୨୪ ଜଣିଆ ଭାରତୀୟ ଦଳରେ ସାମିଲ ଅଛନ୍ତି ତିନି ଓଡ଼ିଆ ଖେଳାଳି । ସେମାନେ ହେଲେ ଡିଫେଣ୍ଡର ଅମିତ ରୋହିଦାସ, ନିଲମ ସଞ୍ଜୀପ ଖେସ ଓ ଫରୱାର୍ଡ ଖେଳାଳି ଶିଳାନନ୍ଦ ଲାକ୍ରା । ଏହି ଦଳରେ ହରମନପ୍ରିତ ସିଂ ଙ୍କୁ ଅଧିନାୟକ ପଦ ମିଳିଥିବା ବେଳେ ହାର୍ଦ୍ଧିକ ସିଂଙ୍କୁ ଉପ-ଅଧିନାୟକ ଭାବେ ହକି ଇଣ୍ଡିଆ ଚୟନ କରିଛି ।
ଭାରତୀୟ ଦଳ :
ଗୋଲକିପର କୃଷ୍ଣ ବାହାଦୂର ପାଠକ, ସୁରଜ କରକେରା, ଡିଫେଣ୍ଡର: ସୁମିତ, ଅମିତ ରୋହିଦାସ, ଜୁଗରାଜ ସିଂହ, ନୀଲମ ସଞ୍ଜୀପ ଖେସ୍, ହରମନପ୍ରୀତ ସିଂହ, ଜର୍ମନପ୍ରୀତ ସିଂହ, ସଞ୍ଜୟ ଏବଂ ଯଶଦୀପ ସିୱାଚ।
ମିଡଫିଲ୍ଡର: ରାଜ କୁମାର ପାଲ, ନୀଲକାନ୍ତ ଶର୍ମା, ହାର୍ଦ୍ଦିକ ସିଂ, ରାଜନ୍ଦର ସିଂ, ମନପ୍ରୀତ ସିଂ, ବିବେକ ସାଗର ପ୍ରସାଦ, ଶ୍ୟାମଶର ସିଂ।
ଫରୱାର୍ଡ: ଗୁରୁଜନ୍ତ ସିଂ, ଅଭିଷେକ, ଶିଲାନନ୍ଦ ଲାକ୍ରା, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟୟ, ଦିଲପ୍ରୀତ ସିଂ, ସୁଖଜିତ ସିଂ।