ବ୍ରିସବେନ, ଜାନୁଆରୀ 23 (ଖବର ଓଡ଼ିଶା):
ବ୍ରିସବେନ ଟେଷ୍ଟରେ ୮୯ ରନର ଚତ୍ମକାର ଇଂନିସ ଖେଳିବା ସହ ଭାରତୀୟ ଖେଳକୁ ସିରିଜ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରିଷଭ ପନ୍ଥଙ୍କୁ ଭାରତୀୟ ଲିମିଟେଡ ଓଭର ଦଳରେ ସ୍ଥାନ ମିଳିବା ଆବଶ୍ୟକ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ସ୍ପିନର ବ୍ରାଡ ହଗ କହିଛନ୍ତି । ବିଶେଷ କରି ଭାରତୀୟ ଏକଦିବସୀୟ ଟିମରେ ଚତୁର୍ଥ ନମ୍ବରରେ ବ୍ୟାଟିଙ୍ଗ କରୁଥିବା ଶ୍ରେୟାସ ଆୟାରଙ୍କ ସ୍ଥାନରେ ଏବଂ ଟି-ଟ୍ୱେଣ୍ଟି ଦଳରେ ସାମସନଙ୍କ ତାଙ୍କରେ ପନ୍ଥଙ୍କୁ ମିଳିବା ଆବଶ୍ୟକ ବୋଲି ହଗ ମତ ଦେଇଛନ୍ତି । ଚଳିତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଉଭୟ ଆୟାର ଏବଂ ସାମସନ ଫେଲ ମାରିଥିବା ବେଳେ ଟେଷ୍ଟ ସିରିଜରେ ଚମକିଛନ୍ତି ପନ୍ଥ । ଏହା ସହ ଇଂଲଣ୍ଡ ବିପକ୍ଷ ଲିମିଟେଡ ଓଭର ସିରିଜରେ ପନ୍ଥକୁ ସ୍ଥାନ ମିଳିପାରେ ବୋଲି ହଗ କହିଛନ୍ତି ।