ପ୍ଲେଅଫ ଦୌଡରୁ ବହୁ ଦୂରରେ ଥିବା ମୁମ୍ବାଇ ପଏଣ୍ଟସ ଟେବୁଲର ଦଶମ ସ୍ଥାନରେ ରହିଛି । ୧୧ ମ୍ୟାଚରୁ ୩ ଟି ମ୍ୟାଚରେ ବିଜୟ ସହ ମୁମ୍ବାଇ ୮ ଟି ମ୍ୟାଚରେ ପରାଜୟର ସାମ୍ନା କରିଛି । ତେବେ ଏହାରି ଭିତରେ ଆଜି ସନ୍ଧ୍ୟାରେ ହାଇଦ୍ରାବାଦ ଓ ମୁମ୍ବାଇ ମୁହାଁମୁହିଁ ହେବାକୁ ଥିବାବେଳେ ମୁମ୍ବାଇ, ହାଇଦ୍ରାବାଦର ପ୍ଲେଅଫ ସ୍ବପ୍ନକୁ ଅଧାରେ ରଖିବାକୁ ଚେଷ୍ଟା କରିବ । ଅର୍ଥାତ ହାଇଦ୍ରାବାଦର ରାସ୍ତାରେ ମୁମ୍ବାଇ କଣ୍ଟା ସାଜିବ । ଚଳିତ ଆଇପିଏଲ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ସବୁ ଦଳ ପ୍ଲେଅଫ ଖେଳିବାକୁ କଡା ଟକ୍କର ଦେଉଛନ୍ତି । ତେବେ ହାଇଦ୍ରାବାଦ ମଧ୍ୟ ପ୍ଲେଅଫ ଦୌଡରେ ଆଗୁଆ ରହିଛି । ୧୦ ଟି ମ୍ୟାଚ ଖେଳି ୬ ଟି ବିଜୟ ସହ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚ ଜିତିବା ହାଇଦ୍ରାବାଦ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
ତେବେ ଆଜି ସଂଧ୍ୟାର ମ୍ୟାଚ ୱାନଖେଡେ ଷ୍ଟାଡିୟମ, ମୁମ୍ବାଇରେ ଖେଳାଯିବ । ମୁମ୍ବାଇର ପିଚ୍ ବ୍ୟାଟ୍ସମ୍ୟାନ ମାନଙ୍କ ପାଇଁ ସ୍ୱର୍ଗ ବୋଲି ବିବେଚିତ ହୁଏ । ଏହି ଗ୍ରାଉଣ୍ଡରେ ବ୍ୟାଟକୁ ବଲ ଭଲ ଭାବେ ଆସୁଥିବାରୁ ହାଇ-ସ୍କୋରିଂ ମ୍ୟାଚ ଦେଖିବାକୁ ମିଳେ । ତେବେ ଦୁଇ ଦଳ ପୂର୍ବରୁ ୨୨ ଥର ଭେଟ ହୋଇଥିବାବେଳେ ମୁମ୍ବାଇ ୧୨ ଥର ଓ ହାଇଦ୍ରାବାଦ ୧୦ ଥର ମ୍ୟାଚ ଜିତିଛି । ଆଜିର ମ୍ୟାଚ ସନ୍ଧ୍ୟା ୭.୩୦ ରେ ଆରମ୍ଭ ହେବା ଏବଂ ଟସ୍ ୭ ଟାରେ ପଡିବ ।
ଅଧିକ ପଢନ୍ତୁ : ବଡ ବିଜୟ ସହ ଶୀର୍ଷରେ କୋଲକାତା ନାଇଟ ରାଇଡ଼ର୍ସ