ଆଇପିଏଲର ୫୬ ତମ ମ୍ୟାଚରେ ରାଜସ୍ଥାନକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଦିଲ୍ଲୀର ଘରୋଇ ମୈଦାନ ଅରୁଣ ଜେଟଲୀ ଷ୍ଟାଡିୟମରେ ୨୨୨ ରନର ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ୨୦ ରନରେ ପରାସ୍ତ ହୋଇଛି । କୁଲଦୀପ ଯାଦବ ଚମତ୍କାରୀ ବୋଲିଂ କରିବା ସହ ୨ ୱିକେଟ୍ ନେଇ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଛନ୍ତି । ତେବେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ରାଜସ୍ଥାନ । ଦିଲ୍ଲୀର ବ୍ୟାଟ୍ସମ୍ୟାନ ଜେକ ଫ୍ରେଜର ମ୍ୟାକ୍ଗର୍କ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରି ୨୦ ବଲରେ ୫୦ ରନ ସଂଗ୍ରହ କରିଥିଲେ । ସାଥି ଓପନର ଅଭିଷେକ ପୋରେଲ ମଧ୍ୟ ୩୬ ବଲରେ ୬୫ ରନ ସଂଗ୍ରହ କରିଥିଲେ । ପରେ ଅକ୍ସର ପଟେଲ ୧୫, ଋଷବ ପନ୍ତ ୧୫, ଗୁଲାବଦିନ ନାଇବ ୧୯, ରସିକ ସଲାମ ୯ ଓ କୁଲଦୀପ ଯାଦବ ୫ ରନ ସଂଗ୍ରହ କରିଥିଲେ । ଟ୍ରିଷ୍ଟନ ଷ୍ଟବ୍ସ ୨୦ ବଲରେ ୪୧ ରନ କରିବା ସହ ଦଳୀୟ ସ୍କୋର ୨୨୧ରେ ପହଞ୍ଚିଥିଲା । ରାଜସ୍ଥାନ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ ସର୍ବାଧିକ ୩ ଟି ୱିକେଟ୍ ନେଇଥିବାବେଳେ ୟୁଜବେନ୍ଦ୍ର ଚହଲ, ସନ୍ଦୀପ ଶର୍ମା ଓ ଟ୍ରେଣ୍ଟ ବୋଲ୍ଟ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଦ୍ଵିତୀୟ ଇନିଂସର ଦ୍ଵିତୀୟ ବଲରେ ୟଶସ୍ଵୀ ଜେସୱାଲ ଖଲିଲ ଏହମଦଙ୍କ ଶିକାର ହୋଇଥିଲେ । ପରେ ପାୱାରପ୍ଲେର ଶେଷ ବଲରେ ଅକ୍ସର ପଟେଲ, ଯଶ ବଟଲରଙ୍କ ୱିକେଟ୍ ନେବାରେ ସଫଳ ହୋଇଥିଲେ । ରାଜସ୍ଥାନର ଅଧିନାୟକ ସଂଜୁ ସାମସନ ଅର୍ଦ୍ଧଶତକ ହାସଲ କରି ୮୬ ରନରେ ନିଜ ୱିକେଟ୍ ହରାଇଥିଲେ । ଦିଲ୍ଲୀର ବୋଲରଙ୍କ ଉତ୍ତମ ବୋଲିଂର ପ୍ରଦର୍ଶନ ହେତୁ ଦିଲ୍ଲୀ ମ୍ୟାଚ ଜିତିବାରେ ସଫଳ ହୋଇଥିଲା ।
ଅଧିକ ପଢନ୍ତୁ : ବଡ ପରାଜୟର ପ୍ରତିଶୋଧ ନେବ ଦିଲ୍ଲୀ କ୍ୟାପିଟାଲ୍ସ