ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ପରାଜୟର ଶିକାର ହେବା ପରେ ସନରାଇଜର୍ସ ହାଇଦ୍ରାବାଦ ନିଜ ଘରୋଇ ମୈଦାନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟିବ। ପ୍ଲେ ଅଫ ଦୌଡରେ ରହିବା ପାଇଁ ହାଇଦ୍ରାବାଦକୁ, ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ପରାସ୍ତ କରିବାକୁ ପଡିବ । ହାଇଦ୍ରାବାଦ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଟି ମ୍ୟାଚ ଖେଳିଛି, ସେଥିମଧ୍ୟରୁ ଦଳ ୬ ଟି ମ୍ୟାଚ ଜିତିଥିବାବେଳେ ୫ ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛି । ଅନ୍ୟପକ୍ଷରେ ଲକ୍ଷ୍ନୌର ସ୍ଥିତି ମଧ୍ୟ ହାଇଦ୍ରାବାଦ ସହିତ ସମାନ। ଲକ୍ଷ୍ନୌ ୧୧ଟି ମ୍ୟାଚରୁ ୬ ଟି ମ୍ୟାଚରେ ବିଜୟ ହାସଲ କରିଛି ।
ତେବେ ଆଜି ସଂଧ୍ୟାର ମ୍ୟାଚ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । ହାଇଦ୍ରାବାଦର ବ୍ୟାଟ୍ସମ୍ୟାନ ଏହି ଗ୍ରାଉଣ୍ଡରେ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି । ଏହି ଗ୍ରାଉଣ୍ଡରେ ବଲ ଓ ବ୍ୟାଟ ମଧ୍ୟରେ ଭଲ ସଂଯୋଗ ହେଉଥିବାରୁ ଚଳିତ ସିଜିନରେ ହାଇ ସ୍କୋରିଂ ମ୍ୟାଚ ଦେଖିବାକୁ ମିଳୁଛି । ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ଏପର୍ଯ୍ୟନ୍ତ ମୋଟ ୭୫ ଟି ମ୍ୟାଚ୍ ଆୟୋଜିତ ହୋଇଛି। ଏଥିମଧ୍ୟରୁ ୩୪ ଟି ମ୍ୟାଚ ପ୍ରଥମେ ବ୍ୟାଟିଂ କରିଥିବା ଦଳ ଜିତିଛି ଓ ୪୧ ଟି ମ୍ୟାଚରେ ରନ ଚେଜ କରୁଥିବା ଦଳ ଜିତିଛି । ଦୁଇ ଦଳ ପୂର୍ବରୁ ୩ ଥର ମୁହାଁମୁହିଁ ହୋଇଥିବାବେଳେ ଲକ୍ଷ୍ନୌ ବାଜି ମାରିଛି । ସମୁଦାୟ ୩ ଟି ମ୍ୟାଚ ଖେଳାଯାଇଥିବାବେଳେ ୩ ଟି ମ୍ୟାଚରେ ଲକ୍ଷ୍ନୌ, ହାଇଦ୍ରାବାଦକୁ ପରାସ୍ତ କରିଛି ।
ଅଧିକ ପଢନ୍ତୁ : ଲଗାତାର ଦୁଇଟି ମ୍ୟାଚରେ ଦୁଇଟି ଝଟକା