ନୂଆଦିଲ୍ଲୀ: ଏସିଆ କପରେ ଆଜି ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ଭାରତ ଓ ୟୁଏଇ । ଏହି ମ୍ୟାଚ୍ ଜରିଆରେ ଭାରତ ନିଜର ଅଭିଯାନ ଆରମ୍ଭ କରିବ । ତେବେ ଏହି ମ୍ୟାଚ୍ ପୂର୍ବରୁ ୟୁଏଇ ଅଧିନାୟକ ଏକ ଚକିତକର ବୟାନ ଦେଇଛନ୍ତି । ସେ କହିଛନ୍ତି ଏହି ମ୍ୟାଚକୁ ସେ ବଡ ମାନୁ ନାହାନ୍ତି ।
ଭାରତ ବିପକ୍ଷ ମ୍ୟାଚର ଠିକ୍ ପୂର୍ବରୁ ୟୁଏଇ ଅଧିନାୟକ ମୋହମ୍ମଦ ୱାସିମ କହିଛନ୍ତି, ଆମେ ଏହାକୁ ବଡ ମ୍ୟାଚ୍ ରୂପେ ବିବେଚନା କରୁନୁ । କାରଣ ସବୁ ଦଳ ଭଲ ଅଛି, ଏଥିପାଇଁ ସବୁ ମ୍ୟାଚ୍ ପ୍ରାୟତଃ ସମାନ ହେବ । ଟୁର୍ଣ୍ଣାମେଣ୍ଟ ପାଇଁ ଆମେ କଠିନ ପରିଶ୍ରମ କରିଛୁ ଏବଂ ନିଜ ଯୋଜନା ମୁତାବକ ଆଗକୁ ବଢିବୁ । ଫଳାଫଳ ଖେଳ ଉପରେ ନିର୍ଭର କରେ । ଆମେ ଏଠାରେ ଖୁବ କ୍ରିକେଟ୍ ଖେଳିଛୁ । ଭାରତ ଓ ପାକିସ୍ତାନ ମଧ୍ୟ ଏଠାରେ ବହୁତ କ୍ରିକେଟ୍ ଖେଳିଛନ୍ତି । ମାତ୍ର ଏହା ଆମର ଘରୋଇ ମଇଦାନ । ଏଥିପାଇଁ ଆମେ ଏହାର ଫାଇଦା ଉଠାଇ ଭଲ କ୍ରିକେଟ୍ ଖେଳିବାକୁ ପୁରା ଉଦ୍ୟମ କରିବୁ ।
ୟୁଏଇ ଗତ ୧୨ ମାସରେ ୨୬ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି । ଦଳ ୨୦ଟି ମ୍ୟାଚ୍ ଜିତିଥିବା ବେଳେ ୬ଟି ହାରିଛି । ତେବେ ନିକଟରେ ସଂପନ୍ନ ଟ୍ରାଇ ସିରିଜରେ ଦଳ ୪ଟି ମ୍ୟାଚ୍ ଖେଳି ଗୋଟିଏ ବି ଜିତି ପାରି ନ ଥିା ।
ଏସିଆ କପ୍ ୨୦୨୫ର ପ୍ରସାରଣ ଅଂଶୀଦାର ହେଉଛି ସୋନି ସ୍ପୋର୍ଟସ୍ ନେଟୱାର୍କ। ଏପରି ପରିସ୍ଥିତିରେ, ଆପଣ ସୋନି ସ୍ପୋର୍ଟସ୍ ୧, ସୋନି ସ୍ପୋର୍ଟସ୍ ୩ (ହିନ୍ଦୀ), ସୋନି ସ୍ପୋର୍ଟସ୍ ୪ ଏବଂ ସୋନି ସ୍ପୋର୍ଟସ୍ ୫ ରେ ଟିଭିରେ ଭାରତ ଏବଂ ୟୁଏଇ ମଧ୍ୟରେ ମ୍ୟାଚ୍ ଦେଖିପାରିବେ। ଅନ୍ୟପକ୍ଷରେ, ମୋବାଇଲରେ ମ୍ୟାଚ୍ ଦେଖୁଥିବା ଦର୍ଶକ ଏହି ମ୍ୟାଚ୍ ଏବଂ ଏସିଆ କପ୍ ର ସମସ୍ତ ମ୍ୟାଚ୍ ସୋନି ଲାଇଭ୍ ଆପରେ ଦେଖିପାରିବେ। ଏହା ବ୍ୟତୀତ, ଫ୍ୟାନକୋଡ୍ ଆପରେ ମଧ୍ୟ ମ୍ୟାଚ୍ ର ଲାଇଭ୍ ଷ୍ଟ୍ରିମିଂ ହେବ।