ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂ କୋଲକାତା ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଲଜ୍ଜାଜନକ ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟ ଉପରେ ଖୁବ୍ ବର୍ଷିଛନ୍ତି । ହରଭଜନ ଟିମ୍ ପ୍ରବନ୍ଧକଙ୍କୁ ସ୍ପିନରଙ୍କୁ ସୁହାଉଥିବା ପିଚ ତିଆରି କରିବା ନେଇ ଘେରିଛନ୍ତି । ଏମିତି ପିଚ୍ ଟେଷ୍ଟ କ୍ରିକେଟକୁ ବରବାଦ କରି ଦେଉଛି । ଟେଷ୍ଟ କ୍ରିକେଟ୍ ମରି ଗଲାଣି । ରେଷ୍ଟ ଇନ ପିସ ଟେଷ୍ଟ କକ୍ରେଟ୍ । ବିଗତ ବର୍ଷ ମାନଙ୍କରେ ଯେଉଁଭଳି ପିଚ୍ ପ୍ରସ୍ତୁତ କରାଯାଉଛି ଏହା ଦେଖି ଲାଗୁଛି ଟେଷ୍ଟ କ୍ରିକେଟକୁ ବରବାଦ କରିବା ପାଇଁ ଟିମ୍ ମ୍ୟାନେଜମେଣ୍ଟ ଲାଗି ପଡିଛନ୍ତି ।
ଭଜି କହିଛନ୍ତି, କେହି ଏହା ବିଷୟରେ ବିଚାର କରୁ ନାହାନ୍ିତ । କାରଣ ସବୁ କିଛି ଠିକ୍ ଚାଲିଛି । ଟିମ୍ ଜିତୁଛି, କିଏ ୱିକେଟ୍ ନେଇ ମହାନ ହୋଇ ଯାଉଛି । ଏଥିପାଇଁ ସମସ୍ତଙ୍କୁ ଲାଗୁଛି ସବୁ କିଛି ଠିକ୍ ଚାଲିଛି । ମାତ୍ର ମୋତେ ଲାଗୁଛି ଏହି ପ୍ରଚଳନ ଆଜିଠୁ ଆରମ୍ଭ ହୋଇନି । ଏହା ଅନେକ ବର୍ଷ ଧରି ଚାଲି ଆସିଛି । ମୋତେ ଲାଗୁଛି ଟେଷ୍ଟ କ୍ରିକେଟ୍ ଭୁଲ୍ ବାଟ ଦେଇ ଗତି କରୁଛି । ଆପଣ କୌଣସି ପ୍ରକାରରେ ଆଗକୁ ବଢୁ ନାହାନ୍ତି । ଆପଣ କେବଳ ବଳଦ ପରି ଘୁରି ବୁଲୁଛନ୍ତି । ଆପଣ ଜିତୁଥିଲେ ମଧ୍ୟ ଏହାର କୌଣସି ଫାଇଦା ମିଳୁନାହିଁ ।
ପୂର୍ବତନ ସ୍ପିନର ଦାବି କରିଛନ୍ତି ଯେ, ଜଣେ କ୍ରିକେଟର ଭାବେ ଆପଣ ଆଗକୁ ବଢୁ ନାହାନ୍ତି । ଏଥିପାଇଁ ମୋତେ ଲାଗୁଛି ଏବେ ସମୟ ଆସି ଯାଇଛି ଏହା ଉପରେ ଧ୍ୟାନ ଦିଆଯାଉ ଏବଂ ବିଚାର କରାଯାଉ । ଆପଣ ଏମିତି ପିଚ୍ ତିଆରି କରୁଛନ୍ତି ଯେଉଁଠି ଲାଗୁଛି ବ୍ୟାଟର ରନ କରି ଜାଣି ନାହାନ୍ତି । ପିଚ୍ ଏମିତି ତିଆରି ହେଉଛି ଯେ, ବ୍ୟାଟର ନିଜର କୌଶଳ କାରଣରୁ ନୁହେଁ ନିମ୍ନ ମାନର ପିଚ୍ କାରଣରୁ ଆଉଟ୍ ହେଉଛି । ସ୍ଥିତି ଏମିତି ଯେ, ଭାରତ ନିଜର ଘରୋଇ ମାଟିରେ ଗତ ୬ଟି ଟେଷ୍ଟରୁ ୪ଟି ହାରି ସାରିଛି ।
Also read: ଟି-୨୦ ବିଶ୍ୱକପ୍ ପାଇଁ ଭେନ୍ୟୁ ଚୂଡାନ୍ତ, ଅହମ୍ମଦାବାଦ-କୋଲକାତାରେ ଖେଳାଯିବ ସେମି ଫାଇନାଲ୍