ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ ପୂର୍ବରୁ ଫ୍ରାଞ୍ଚାଇଜ ନିଜ ଟିମରେ ଅନେକ ପରିବର୍ତ୍ତନ କରୁଛନ୍ତି । ନିଜ ଦଳର ଖେଳାଳିଙ୍କ ଅଦଳ ବଦଳ କରୁଛନ୍ତି । କିନ୍ତୁ ସବୁଠୁ ଅଧିକ ଚର୍ଚ୍ଚା ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ହୋଇଥିବା ଡିଲକୁ ନେଇ ଚାଲିଛି । ଏହି ଚୁକ୍ତିନାମା ଆଧାରରେ ରାଜସ୍ତାନର ଅଧିନାୟକ ସଞ୍ଜୁ ସାମସନ ଚେନ୍ନାଇରେ ସାମିଲ ହୋଇଛନ୍ତି । ଏହାରି ବଦଳରେ ୧୪ କୋଟିରେ ରବୀନ୍ଦ୍ର ଜାଡେଜା ଏବେ ରାଜସ୍ଥାନ ଦଳରେ ଯୋଗ ଦେଇଛନ୍ତି । ସାମ କରନ ବି ରାଜସ୍ଥାନ ଦଳରେ ସାମିଲ ହୋଇଛନ୍ତି । ମହମ୍ମଦ ଶାମି ମଧ୍ୟ ନିଜର ଦଳ ବଦଳାଇଛନ୍ତି । ତାଙ୍କୁ ଏବେ ଲଖଉନ ଦଳ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିବ ।
ସଞ୍ଜୁ ସାମସନ
ରାଜସ୍ଥାନ ରୟାଲ୍ସର ଅଧିନାୟକ ଓ ଭାରତର ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଖେଳିବେ । ସାମସନଙ୍କୁ ୧୮ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି ଚେନ୍ନାଇ । ସଞ୍ଜୁ ସାମସନ ଆଇପିଏଲରେ ମୋଟ୍ ୧୭୭ ମ୍ୟାଚ୍ ଖେଳିଛନ୍ତି । ୨୦୧୩ରୁ ଆଇପିଏଲ ଖେଳୁଥିବା ସାମସନ ୨୨୦୧୬ ଓ ୨୦୧୭ ପାଇଁ କେବଳ ଦିଲ୍ଲୀ ପକ୍ଷରୁ ଖେଳିଥିଲେ । ବାକି ସମୟ ସେ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ଆସୁଥିଲେ ।
ତେବେ ଗତ ସିଜିନରେ ରାଜସ୍ଥାନ ରୟାଲ୍ସ ସହ ତାଙ୍କର ମତଭେଦ ଖବର ସାମ୍ନାକୁ ଆସିଥିଲା । ଅଧିନାୟକ ପଦକୁ ନେଇ ମଧ୍ୟ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା । ସିଜିନ ରହିବା ସହ ଏହା ସ୍ପଷ୍ଟ ହୋଇ ଯାଇଥିଲା ଯେ,ସାମସନ ଆଉ ରାଜସ୍ଥାନ ପାଇଁ ଖେଳିବେ ନାହିଁ । ଏହା ପରେ ସିଏସକେ ସହ ତାଙ୍କ ଡିଲ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ସଦ୍ୟତମ ଖବର ଅନୁଯାୟୀ, ସାମସନଙ୍କୁ ଆଗାମୀ ଅଧିନାୟକ ଭାବେ ସିଏସକେ ପ୍ରସ୍ତୁତ କରିପାରେ । ସଂପ୍ରତି ସିଏସକେ ଜଣେ ୱିକେଟ କିପର ବ୍ୟାଟରର ସନ୍ଧାନରେ ଥିଲା, ଯିଏ ଏମଏସ ଧୋନୀଙ୍କ ସ୍ଥାନ ନେଇ ପାରିବ ।
୪ କୋଟି କ୍ଷତିରେ ରାଜସ୍ଥାନରେ ସାମିଲ ହେଲେ ଜାଡେଜା
ବରିଷ୍ଠ ଅଲରାଉଣ୍ଡର ତଥା ସିଏସକେର ପୂର୍ବତନ ଅଧିନାୟକ ରବୀନ୍ଦ୍ର ଜାଡେଜା ଏକ ସଫଳ ଟ୍ରେଡ ପରେ ଆଗାମୀ ସିଜିନରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିବେ । ସିଏସକେ ପାଇଁ ୧୨ ସିଜିନ ଖେଳି ସାରିଥିବା ଜାଡେଜା ୨୫୦ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି । ଏବେ ଟ୍ରେଡ ଚୁକ୍ତି ଅନୁସାରେ ସେ ୧୪ କୋଟି ଟଙ୍କାରେ ରାଜସ୍ଥାନ ପକ୍ଷରୁ ଖେଳିବେ । କିନ୍ତୁ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ଜାଡେଜା ୪ କୋଟି ଟଙ୍କା କ୍ଷତିରେ କାହିଁକି ଗଲେ ରାଜସ୍ଥାନ ।
Also read: କୋଲକାତା ଟେଷ୍ଟରେ ପ୍ରଥମ ଇନିଂସରେ ୧୮୯ ରନରେ ଅଲଆଉଟ୍ ଭାରତ