ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷରେ ଚାରି ଜଣ ଆହତ। ପୁରୀ ଜିଲ୍ଲା ଚନ୍ଦନପୁର ଥାନା ଅନ୍ତର୍ଗତ ଉତ୍ତରଣା ମଠ ସାହିରେ ଉତ୍ତେଜନା ସୃଷ୍ଟି ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର କରି ଏହି ସଂଘର୍ଷ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ ପ୍ରଥମେ କଥାକଟା କଟିରୁ ଆରମ୍ଭ ହୋଇଥିଲା ଝଗଡ଼ା। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଟେକା ପଥର ମାଡ଼ରେ ୩ରୁ ୪ ଜଣ ଆହତ ହୋଇଛନ୍ତି। ଆତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଂଘର୍ଷ ପରେ କିଛି ବ୍ୟକ୍ତି ଜଣଙ୍କ ଘରେ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।
ଚନ୍ଦନପୁର ଇନ୍ସପେକ୍ଟର-ଇନ୍-ଚାର୍ଜ ଏବଂ ଉପ-ବିଭାଗୀୟ ପୋଲିସ ଅଧିକାରୀଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଭିଡକୁ ଶାନ୍ତ କରିବା ସହ ଅଞ୍ଚଳରେ ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାରେ ହସ୍ତକ୍ଷେପ କରିଥିଲେ।