ଭୁବନେଶ୍ୱର : ସରକାରୀ ବିଭାଗରେ ଚାକିରି ପ୍ରତିଶ୍ରୁତି ଦେଇ ଅନେକ ଲୋକଙ୍କୁ ଠକୁଥିବା ରାକେଟ୍ ର ପର୍ଦ୍ଦାଫାସ କରିଛି ପୋଲିସ। ପ୍ରାୟ ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଜଣେ ଦମ୍ପତିଙ୍କ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି।ଅଭିଯୁକ୍ତମାନେ ହେଲେ ଗୋପାଳପୁରର ଜଗଦୀଶ ବେହେରା ଏବଂ ତାଙ୍କ ସ୍ତ୍ରୀ ବନିତା ବେହେରା, ପୁରୀର ଅଜିତ ପଣ୍ଡା, କେନ୍ଦ୍ରାପଡ଼ାର ଶିଶିର କୁମାର ମିଶ୍ର ଏବଂ ଖୋର୍ଦ୍ଧାର ଲିଟୁ ସ୍ୱାଇଁ।
ଏକ ଅଭିଯୋଗ ଆଧାରରେ ବ୍ରହ୍ମପୁରର ବୈଦ୍ୟନାଥପୁର ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ମୁତାବକ, ମନୋରଞ୍ଜନ ମହାନ୍ତି ନାମକ ଜଣେ ବ୍ୟକ୍ତି ବିଶ୍ୱାସ କରି ଅନେକ ଶିକ୍ଷିତ ବେକାର ଯୁବକ ଯୁବତୀଙ୍କ ଠାରୁ ପ୍ରାୟ ଦେଢ଼ କୋଟି ଟଙ୍କା ଆଦାୟ କରି ଜଗଦୀଶ ବେହେରାଙ୍କୁ ଟଙ୍କା ଦେଇଥିଲା। କାରଣ ଜଗଦୀଶ ବେହେରା ତାର ସରକାରୀ ଦପ୍ତରରେ ଚିହ୍ନା ଅଛନ୍ତି ସେ ଚାକିରି କରାଇଦେବ ତେଣୁ ପ୍ରତିଶ୍ରୁତି ଅନୁଯାୟୀ ଚାକିରି ବ୍ୟବସ୍ଥା କରିବାରେ ବିଫଳ ହେବା ପରେ ମନୋରଞ୍ଜନ ପୋଲିସରେ ଅଭିଯୋଗ କରିଥିଲେ। ତଦନ୍ତ ପରେ ପୋଲିସ ସମସ୍ତ ପାଞ୍ଚ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ କିଛି ନକଲି ନିଯୁକ୍ତି ପତ୍ର, ଟଙ୍କା ରସିଦ ଏବଂ ଡକ୍ୟୁମେଣ୍ଟ ଜବତ କରିଛି।