ନୂଆଦିଲ୍ଲୀ: ଦକ୍ଷିଣ ଭାରତୀୟ ସିନେମାରୁ ରାଜନୀତିକୁ ଆସିଥିବା ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ୍ ବିଜୟ (ଥାଲାପତି ବିଜୟ) ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। 'କକ୍ରୋଚ୍ ଜନତା ପାର୍ଟି' (CJP) ର ପ୍ରତିଷ୍ଠାତା ତଥା ରାଜନୈତିକ ଅଭିଜିତ ଦୀପକେ ଥାଲାପତି ବିଜୟଙ୍କୁ ଦେଶର ଯୁବପିଢ଼ି ଅର୍ଥାତ୍ 'ଜେନ୍-ଜି' ମଧ୍ୟରେ ସବୁଠାରୁ ଲୋକପ୍ରିୟ ନେତା ଭାବରେ ଅଭିହିତ କରିଛନ୍ତି।
ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯେତେବେଳେ ବର୍ତ୍ତମାନର ଯୁବପିଢ଼ି ବା 'ଜେନ୍-ଜି' ମଧ୍ୟରେ ସବୁଠାରୁ ଲୋକପ୍ରିୟ ନେତା କିଏ ବୋଲି ପ୍ରଶ୍ନ କରାଯାଇଥିଲା, ସେତେବେଳେ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ସ୍ପଷ୍ଟ ଭାବରେ ଥାଳପତି ବିଜୟଙ୍କ ନାମ ନେଇଥିଲେ। ଦୀପକେ ମତ ପ୍ରକାଶ କରିଛନ୍ତି ଯେ ଥାଲାପତି ବିଜୟ ଯିଏକି ନିଜର ରାଜନୈତିକ ଅଭିଯାନ ଓ କ୍ୟାମ୍ପେନ୍ ମାଧ୍ୟମରେ ଯୁବକମାନଙ୍କୁ ସଂଗଠିତ କରିଛନ୍ତି, ତାହା ତାଙ୍କୁ ଯୁବବର୍ଗଙ୍କ ନିକଟତର କରିପାରିଛି। ସଂଗଠନର ଅନ୍ୟ ଜଣେ ନେତା ମଧ୍ୟ ଦକ୍ଷିଣ ଭାରତରେ ବିଜୟଙ୍କ ବିଶାଳ ଜନସମର୍ଥନ ଓ ଫଲୋଇଂ ରହିଥିବା କଥାକୁ ସ୍ୱୀକାର କରିଛନ୍ତି।
ଏହି ଆଲୋଚନା କ୍ରମେ ଅଭିଜିତ ଦୀପକେ କେବଳ ବିଜୟ ନୁହଁନ୍ତି, ବରଂ ଦେଶର ଅନ୍ୟାନ୍ୟ ପ୍ରମୁଖ ରାଜନୈତିକ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟଶୈଳୀ ଓ ଯୁବବର୍ଗଙ୍କ ଉପରେ ସେମାନଙ୍କ ପ୍ରଭାବ ନେଇ ମଧ୍ୟ ନିଜର ମତ ରଖିଛନ୍ତି। ସାମ୍ପ୍ରତିକ ରାଜନୀତିରେ ଯୁବବର୍ଗଙ୍କ ସକ୍ରିୟତା ଏବଂ ସୋସିଆଲ ମିଡିଆ ପ୍ରଭାବ କିପରି ନେତାମାନଙ୍କ ପ୍ରତିଷ୍ଠା ବଦଳାଉଛି, ସେ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଛନ୍ତି।
Also Read: ସିଜେପି ସାଙ୍ଗଠନିକ ସମ୍ପ୍ରସାରଣ, ସୌରଭ ଏବଂ ଆଶୁତୋଷଙ୍କ ସ୍ଥାନରେ ଦୁଇ ମୁଖପାତ୍ର