ନୂଆଦିଲ୍ଲୀ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ହୋଇଥିବା ବୋମା ବିସ୍ଫୋରଣ ସାରା ଦେଶରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ଶ୍ରୀଲଙ୍କା ଦଳ ମଧ୍ୟ ଭୟଭୀତ ଅବସ୍ଥାରେ ଅଛନ୍ତି। ଏହି କାରଣରୁ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ ଦଳର ଆଠ ଜଣ ଖେଳାଳି ସୁରକ୍ଷା ଦୃଷ୍ଟିରୁ ନଭେମ୍ବର ୧୨ ତାରିଖ ଗୁରୁବାର ଦିନ ସ୍ୱଦେଶ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଇସଲାମାବାଦରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପରେ ଏହି ପଦକ୍ଷେପ ନିଆଯାଇଛି ଯେଉଁଥିରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନେକ ଆହତ ହୋଇଥିଲେ। ଶ୍ରୀଲଙ୍କା କ୍ରିକେଟ୍ (ଏସଏଲଚି) ସୂତ୍ରରୁ ଏହି ସୂଚନା ମିଳିଛି। ଏହି ଘଟଣା ଯୋଗୁଁ ଗୁରୁବାର ରାୱଲପିଣ୍ଡିରେ ଖେଳା ଯିବାକୁ ଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ବାତିଲ ହେବାର ଆଶଙ୍କା ସୃଷ୍ଟି କରିଛି। ନଭେମ୍ବର ୧୧ ତାରିଖରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଘରୋଇ ପାକିସ୍ତାନ ଶ୍ରୀଲଙ୍କାକୁ ୬ ରନ୍ରେ ପରାସ୍ତ କରିଛି।
ତିନି ମ୍ୟାଚ୍ ବିଶିଷ୍ଟ ୍ଦିନିକିଆ ସିରିଜ୍ ପରେ, ଶ୍ରୀଲଙ୍କା, ପାକିସ୍ତାନ ଏବଂ ଜିମ୍ବାୱେ ସହିତ ଏକ ତ୍ରିରାଷ୍ଟ୍ରୀୟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମଥିଲା। ତଥାପି, ଏସଏଲସି ଘୋଷଣା କରିଛି ଯେ ଫେରିଥିବା ଖେଳାଳିଙ୍କ ସ୍ଥାନରେ ନୂତନ ଖେଳାଳି ପଠାଯିବ ଯାହାଦ୍ୱାରା ଦଳ ଆଗାମୀ ମ୍ୟାଚ୍ ଳେି ପାରିବ । ସୂତ୍ର ଅନୁସାରେ, ଖେଳାଳିମାନେ ରାୱଲପିଣ୍ଡି ଏବଂ ଇସଲାମାବାଦ ମଧ୍ୟରେ କମ ଦୂରତାକୁ ଦୃଷ୍ଟିରେ ରଖି ନିଜର ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି । ସେମାନେ ସ୍ୱଦେଶ ଫେରି ଯିବାକୁ ମନସ୍ଥ କରିଛନ୍ତି ।
ମନେ ପକାଇଦେଲା ୨୦୦୯ ଆତଙ୍କୀ ହମଲାର ଘଟଣା
ଏହି ଘଟଣା ପାକିସ୍ତାନର ଏକ ଦୁଃଖଦ ଇତିହାସକୁ ମନେ ପକାଇ ଦେଇଛି। ୨୦୦୯ ମସିହାରେ ଲାହୋରର ଗଦ୍ଦାଫି ଷ୍ଟାଡିୟମ ବାହାରେ ଆତଙ୍କବାଦୀମାନେ ଶ୍ରୀଲଙ୍କା ଦଳର ବସ୍ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅଧିନାୟକ ମାହେଲା ଜୟବର୍ଦ୍ଧନେ, ଅଜନ୍ତା ମେଣ୍ଡିସ୍ ଏବଂ ଚାମିଣ୍ଡା ଭାସଙ୍କ ସମେତ ଅନେକ ଖେଳାଳି ଆହତ ହୋଇଥିଲେ । ଅନେକ ପାକିସ୍ତାନୀ ସୁରକ୍ଷା କର୍ମୀ ନିହତ ହୋଇଥିଲେ। ଏହି ଆକ୍ରମଣ ପରେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ବିଦେଶୀ ଦଳ ପାକିସ୍ତାନ ଗସ୍ତ କରିନଥିଲା ଏବଂ ପାକିସ୍ତାନ ୟୁଏଇ ଭଳି ନିରପେକ୍ଷ ସ୍ଥାନରେ ତାର ଘରୋଇ ମ୍ୟାଚ୍ ଆୟୋଜନ କରିବାକୁ ବାଧ୍ୟ ହୋଇଥିଲା। ଆଶ୍ଚର୍ଯ୍ୟଜନକ ଭାବରେ, ୨୦୧୯ରେ ଶ୍ରୀଲଙ୍କାର ପାକିସ୍ତାନ ଗସ୍ତ ଏକ ଐତିହାସିକ ମୁହୂର୍ତ୍ତ ଥିଲା ଯାହା ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ୍ ଫେରିବା ପାଇଁ ପଥ ପ୍ରଶସ୍ତ କରିଥିଲା।
ଶ୍ରୀଲଙ୍କାର ପାକିସ୍ତାନ ଗସ୍ତ ନଭେମ୍ବର ୧୧ରେ ଆରମ୍ଭ ହୋଇଥିଲା। ପ୍ରଥମ ଦିନିକିଆ ଜିତି ଘରୋଇ ପାକିସ୍ତାନ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୧-୦ରେ ଆଗୁଆ ରହିଛି । ଦ୍ୱିତୀୟ ମ୍ୟାଚ୍ ନଭେମ୍ବର ୧୩ରେ ହେବାର ଅଛି । କିନ୍ତୁ, ଏବେ ସୁରକ୍ଷା କାରଣରୁ ଦ୍ୱିତୀୟ ଦିନିକିଆ ବାତିଲ ହେବାର ଦ୍ୱାର ଦେଶରେ ପହଞ୍ଚିଛି । ଏହି ଘଟଣା ପୁଣି ଥରେ ପାକିସ୍ତାନ ପାଇଁ ଲଜ୍ଜାର କାରଣ ହୋଇଛି।