ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସର ବଡ ନିଷ୍ପତ୍ତି । ଭାରତର ପୂର୍ବତନ ଅଧିନାୟକ ରାହୁଲ ଦ୍ରାବିଡ ମୁଖ୍ୟ କୋଚ ପଦରୁ ହଟିବା ପରେ ରାଜସ୍ଥାନ ରୟାଲ୍ସ ଏହି ପଦରେ ଶ୍ରୀଲଙ୍କାର ମହାନ ଖେଳାଳି କୁମାର ସାଙ୍ଗାକାରାଙ୍କୁ ୨୦୨୬ ସିଜିନ ପାଇଁ ଟିମର ମୁଖ୍ୟ କୋଚ୍ ପଦରେ ନିଯୁକ୍ତ କରିଛି । ଦ୍ରାବିଡ ଚଳିତ ବର୍ଷ ଅଗଷ୍ଟରେ ଫ୍ରାଞ୍ଚାଇଜ ଛାଡିଥିଲେ । ସାଙ୍ଗାକାରା ୨୦୨୧ରୁ ଫ୍ରାଞ୍ଚାଇଜର କ୍ରିକେଟ୍ ନିର୍ଦ୍ଦେଶକ ପଦରେ ଅଛନ୍ତି ।
ରାଜସ୍ଥାନ ରୟାଲ୍ସ ଏକ୍ସରେ ପୋଷ୍ଟ କରିିଛି ଯେ, କ୍ରିକେଟ୍ ନିର୍ଦ୍ଦେଶକ କୁମାର ସାଙ୍ଗାକାରା ଆଇପିଏଲ୍ ୨୦୨୬ ପାଇଁ ମୁଖ୍ୟ କୋଚ୍ ପଦ ଦାୟିତ୍ୱ ଗ୍ରହଣ କରିବେ । ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଅଚାନକ ସମାପ୍ତ ହୋଇଥିଲା । ସେ ୨୦୨୫ରେ ଦୀର୍ଘ ବର୍ଷ ପରେ ଅନୁବନ୍ଧ ସହ ରାଜସ୍ଥାନ ଫ୍ରାଞ୍ଚାଇଜ ସହ ଯୋଗ ଦେଇଥିଲେ । ହେଲେ ଚଳିତ ବର୍ଷ ଆଇପିଏଲରେ ଦଳର ପ୍ରଦର୍ଶନର ସମୀକ୍ଷା କରିବା ପରେ ଫ୍ରାଞ୍ଚାଇଜ ଛାଡିଥିଲେ ।
ଦଳ ଖରାପ ପ୍ରଦର୍ଶନ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେର ରହିଥିଲା । ଦଳ ୧୪ଟି ମ୍ୟାଚରୁ କେବଳ ୪ଟି ଜିତି ପାରିଥିଲା । ଅନ୍ୟପଟେ ୨୦୨୬ ଆଇପିଏଲ ପୂର୍ବରୁ ଦଳର ଅଧିନାୟକ ସଞ୍ଜୁ ସାମସନଙ୍କୁ ଚେନ୍ନାଇ ସୁପର କିଙ୍ଗ୍ସ ସହ ଟ୍ରେଡ କରିଛି ରାଜସ୍ଥାନ । ଏହା ବଦଳରେ ଦଳ ରବୀନ୍ଦ୍ର ଜାଡେଜାଙ୍କୁ ନିଜ ଦଳରେ ସାମିଲ୍ କରିଛି । ତେବେ ଦେଖିବାକୁ ବାକି ରହିଲା ଦଳ ରବୀନ୍ଦ୍ର ଜାଡେଜାଙ୍କୁ କଣ ଦାୟିତ୍ୱ ଦେଉଛି ।
Also read: ଟେଷ୍ଟ କ୍ରିକେଟ୍କୁ ବରବାଦ କରି ଦେଲେ... ଲଜ୍ଜାଜନକ ପରାଜୟ ପରେ ଟିମ୍ ମ୍ୟାନେଜମେଣ୍ଟ ଉପରେ ବର୍ଷିଲେ ହରଭଜନ