ଫୁଲବାଣୀ : କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କଲେ ମାଓ ଦମ୍ପତି l ସେମାନେ ହେଲେ ଉନଙ୍ଗା କଲମୁ ଓରଫ୍ କିଶୋର ଓ ମାସେ ମାଧ୍ୟବି l ଏନେଇ ଫୁଲବାଣୀ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର l ଏହି ମାଓ ଦମ୍ପତି ଛତିଶଗଡ଼ ସୁକୁମା ଜିଲ୍ଲାର ଅଟନ୍ତି । ଦକ୍ଷିଣାଞ୍ଚଳ ଆଇଜିପି, କନ୍ଧମାଳ ଏସପି ନିକଟରେ ଆତ୍ମସମର୍ପଣ କରିଛନ୍ତି l ଏହି ମାଓବାଦୀମାନେ ଝାଡ଼ଖଣ୍ଡ ଉତ୍ତର/ଦକ୍ଷିଣ ଠାରୁ ଛତିଶଗଡ଼ ମଧ୍ୟ ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ କାର୍ଯ୍ୟ କରୁଥିଲେ। ବିଶେଷ କରି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଏମାନେ କାର୍ଯ୍ୟ କରୁଥିଲେ l
ସୂଚନା ଅନୁଯାୟୀ ଏମାନେ ବିଜିଏନ(ବାଶଧାରା ଘୁମୁସର ନାଗାବଳୀ) ଡିଭିଜନରେ ୨୦୧୮ରୁ କାମକରି ଆସୁଥିଲେ । ଏମାନେ ଓଡ଼ିଶା ଓ ଛତିଶଗଡ଼ ରେ ବହୁ ଅପରେସନରେ ସାମିଲ ଥିଲେ l ଏମାନେ ଏବେ ସମାଜର ମୁଖ୍ୟ ସୋତ୍ରରେ ସାମିଲ ହୋଇ ସାଧାରଣ ଜୀବନ ନିର୍ବାହ କରିବାକୁ ଚାହିଁଛନ୍ତି l ଆତ୍ମସମର୍ପଣ କରିଥିବା ମାଓବାଦୀ କହିଛନ୍ତି ଯବାନ ମାନଙ୍କ କ୍ରମାଗତ କମ୍ବିଂ ଅପରେସନ ଓ କିଛି ଦିନ ଆଗରୁ ପୋଲିସ ଗୁଳିରେ ମାଓବାଦୀଙ୍କ ମୃତ୍ୟୁ ଓ ସରକାରଙ୍କ ଯୋଜନା ପାଇଁ ଆମେ ଆତ୍ମସମର୍ପଣ କରିଛୁ l ମାଓବାଦୀ ମାନେ ନିଜକୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସୋତ୍ରରେ ସାମିଲ ହେବାକୁ ଆଇଜି ନିତି ଶେଖର ଆହ୍ବାନ ଦେଇଛନ୍ତି। ଏହା ସହିତ ବହୁ ମାଓ ସାମଗ୍ରୀ ମଧ୍ଯ ଜଙ୍ଗଲରୁ ଜବତ ହୋଇଛି ।