ଭୁବନେଶ୍ୱର: ଜାଡରେ ଥରୁଛି ସାରା ଓଡିଶା । ଉପକୂଳରୁ ଆରମ୍ଭ କରି ଉତ୍ତର, ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ଆଉ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା । କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବର ଓ କଟକ ସହରର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀକୁ ଖସିଛି । ଏହାସହ ଶିମିଳିପାଳରେ ୪ ଡିଗ୍ରୀକୁ ଖସିଛି ରାତି ତାପମାତ୍ରା । ତେବେ ଆଗକୁ ଆହୁରି ଦୁଇ ଦିନ ରାଜ୍ୟରେ ଏମିତି ଥଣ୍ଡା ଲହରୀ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ସକାଳ ୫ଟା ୫୦ରେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନ୍ୟ ପଟେ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦାରିଙ୍ଗିବାଡିରେ ସବୁଠାରୁ କମ ୮ ଡିଗ୍ରୀ ପାରା ରେକର୍ଡ କରାଯାଇଛି । ସେହିଭଳି ଫୁଲବାଣୀରେ ସବୁଠୁ କମ୍ ୯. ୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଉପକୂଳ ଓଡ଼ିଶାରେ ଅନେକ ସ୍ଥାନରେ ରାତ୍ରି ତାପମତ୍ରା ସ୍ୱାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ଯାଏଁ କମ ରହିଛି I ଆଭ୍ୟନ୍ତରୀଣ ଓଡ଼ିଶାରେ କିଛି ସ୍ଥାନରେ ସ୍ୱାଭାବିକ ଠାରୁ ୩ ରୁ ୬ ଡିଗ୍ରୀ ଯାଏଁ କମ ତାପମାତ୍ରା ରହିଛି I ସକାଳ ୫ଟା ୫୦ରେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୧୪.୨ ଡିଗ୍ରୀ ରେକର୍ଡ କରାଯାଇଛି ।