ସମ୍ବଲପୁର: ସମ୍ବଲପୁର ଜିଲ୍ଲା ବଲବସପୁର ସ୍ଥିତ ହୀରାକୁଦ ବନ୍ଧର କୂଳରେ ଚଳିତ ବର୍ଷ ଇକୋ ରିଟ୍ରିଟ ଆରମ୍ଭ ହୋଇଯାଇଛି। ଏହାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଭର୍ଚୁଆଲ ମୋଡରେ ଉଦଘାଟନ କରିଛନ୍ତି। ଏଠାରେ ପର୍ଯ୍ୟଟକ ମାନେ ବିଳାସପୁର୍ଣ କଟେଜର ମଜା ନେଇ ପାରିବେ। ଏହାସହ ପାରା ସେଲିଙ୍ଗ, ହୀରାକୁଦ ଜଲଭଣ୍ଡାରରେ ବୋଟିଙ୍ଗ, ସାଇକେଲ ରାଇଡିଙ୍ଗ ଏବଂ ସମ୍ବଲପୁରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲି ପାରିବେ l ନିର୍ମାଣ ହୋଇଥିବା କୋଟେଜ ଗୁଡିକରେ ବସି ହୀରାକୁଦ ଜଲଭଣ୍ଡାର ମଜା ନେଇ ପାରିବେ।
ସେପଟେ ଚଳିତ ବର୍ଷ ପର୍ଯ୍ୟଟକ ମାନଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବା ପାଇଁ ଇକୋ ରିଟ୍ରିଟ ପକ୍ଷରୁ ଅଧିକ ଆଉଟଡୋର ଆକ୍ଟିଭିଟି ମଧ୍ୟ କରାଯିବାର ସୂଚନା ରହିଛି। ପୂର୍ବରୁ ସମ୍ବଲପୁର ଇକୋ ରିଟ୍ରିଟକୁ ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଆସିଛନ୍ତି। ଚଳିତ ବର୍ଷ ଇକୋ ରିଟ୍ରିଟରେ୨୫ ଟି ବିଳାସପୂର୍ଣ କଟେଜ ତିଆରି କରାଯାଇଥିବା ବେଳେ କଟେଜ ଗୁଡିକର ରେଟ ମଧ୍ୟ କମ କରାଯାଇଛି l ରାଜ୍ୟ ସରକାରଙ୍କ ଏହା ଏକ ଭଲ ପ୍ରୋଜେକ୍ଟ ରହିଥିବା ବେଳେ ପର୍ଯ୍ୟଟକ ମାନଙ୍କୁ ଏଠାରେ ଭଲ ଆତିଥ୍ୟ ଦେବା ସହ ଭଲ ଖାଦ୍ୟ ଓ ମନୋରଞ୍ଜନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଯାହାଫଳରେ ଅଧିକ ପର୍ଯ୍ୟଟକ ଏଠାକୁ ଆସିବେ ବୋଲି ଆଶା କରାଯାଉଛି।