ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କିଛି ଅଞ୍ଚଳରେ ଅସହ୍ୟ ଜାଡରେ ଜନଜୀବନ ଅସ୍ତବ୍ୟସ୍ତ । ସଞ୍ଜ ନଇଁବାଠୁ ଧରି ସକାଳ ୧୦ଟା ପର୍ଯ୍ୟନ୍ତ ଜାଡ କମୁନି । ଆଗାମୀ ଦିନରେ ପାରଦ ଆହୁରି କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୦ ଡିଗ୍ରୀ ତଳେ କନ୍ଧମାଳର ଦୁଇ ସହର ରହିଛି । ଦାରିଙ୍ଗବାଡି ରାଜ୍ୟର ସବୁଠୁ ଥଣ୍ଡା ପାଲଟିଛି ।
ଆଞ୍ଚଳିକ ପାଣିପାଗ ବିଭାଗ ଅନୁଯାୟୀ, ଦାରିଙ୍ଗବାଡିରେ ଶନିବାର ପାରଦ ୮ ଡିଗ୍ରୀ ରହିଛି । ଏହା ପରେ ଫୁଲବାଣୀରେ ତାପମାତ୍ରା ୯.୫ ଡିଗ୍ରୀ ରହିଛି । ଦ୍ୱେତନଗରୀ କଟକରେ ୧୪.୪ ଡିଗ୍ରୀ ଓ ଭୁବନେଶ୍ୱରରେ ପାରଦ ୧୪.୮ ଡିଗ୍ରୀ ରହିଛି । ଦକ୍ଷିଣ ଓଡିଶାଠୁ ନେଇ ଆଭ୍ୟନ୍ତରୀଣ ଓଡିଶାରେ ଶୀତର ପ୍ରକୋପ ରହିଛି । ଆଗାମୀ ତିନି ଦିନରେ ତାପମାତ୍ରା ଆଉ ୨ରୁ ୪ ଡିଗ୍ରୀ କମିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Also read: ଭେଣ୍ଟିଲେଟରେ ଅଛନ୍ତି ହ୍ୟୁମାନ, ବଞ୍ଚାଇବାକୁ କୋହଭରା କଣ୍ଠରେ ଗୁହାରୀ କଲେ ମା