ବ୍ରହ୍ମପୁର: ବହୁ ଚର୍ଚ୍ଚିତ ପୋଲିସ ଏଆଇ କେଳେଙ୍କାରୀ ମାମଲାରେ ତଦନ୍ତ ଆରମ୍ଭ କରି ଦେଇଛି ସିବିଆଇ । ଓଡିଶା କ୍ରାଇମବ୍ରାଞ୍ଚ ଯେତିକି ତଦନ୍ତ କରିଥିଲା ତାର ସବୁ ଦସ୍ତାବିଜ ସିବିଆଇକୁ ହସ୍ତାନ୍ତର କରି ସାରିଛି । ଏବେ ମାମଲାର ଖିଅ ଖୋଜିବାକୁ ଲାଗି ପଡିଛି ସିବିଆଇ । ତେଣୁ ସୋମବାର ବ୍ରହ୍ମପୁର ସିବିଆଇ ଖୋଳତାଡ କରିବ ।
ଆଜି ସିବିଆଇ ମାମଲାର ତଦନ୍ତ କରୁଥିବା ପୋଲିସ ଅଧିକାରୀଙ୍କ ସହ ଆଲୋଚନା କରିବେ । ସିବିଆଇ ମୂଳରୁ ତଦନ୍ତ କରିବାକୁ ନିଷ୍ପତ୍ତି ନେଇଛି । ତେଣୁ କିଛି ଗିରଫ ଆଶାୟୀଙ୍କୁ ମଧ୍ୟ ପଚରା ଉଚୁରା କରୁଛି ସିବିଆଇ । ଏପରିକି ୭ ଜଣ ଦଲାଲଙ୍କୁ ମଧ୍ୟ ଜେରା କରିବାକୁ ଯୋଜନା କରିଛି ସିବିଆଇ । କେଉଁ ଦଲାଲ ସହ ଆଶାୟୀମାନେ ଡିଲ୍ କରିଥିଲେ ତାର ଖୋଳତାଡ କରିବ ସିବିଆଇ । ସିବିଆଇ ବର୍ତ୍ତମାନ ନିଜ ତଦନ୍ତରେ ଅଧିକ ଫୋକସ ଆଶାୟୀ ଏବଂ ଦଲାଲ ଥିବା ଜୁହାଯାଉଛି ।
ଆଗାମୀ ଦିନରେ ୧୨ ଜଣ ଆଶାୟୀଙ୍କୁ ଜେରା କରାଯିବ ବୋଲି ସୂଚନା ମିଳିଛି । ସୋମବାର ସିବିଆଇ ଟିମ୍ ବ୍ରହ୍ମପୁରରେ ଅଭିଯୋଗକାରୀ ଥିବା ଡିଏସପିଙ୍କ ସହ ଆଲୋଚନା କରିବେ । ଆଶାୟୀମାନେ ଯାଉଥିବା ବସକୁ ପିଛା କରି ଆନ୍ଧ୍ର ପ୍ରଦେଶ ଯାଇଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ସିବିଆଇ ପଚରା ଉଚୁରା କରିବ । ଏହା ପରେ ହିଁ ସିଲିକନ ଟେକଲ୍ୟାବ କଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସପ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତନ କାର୍ପଟଦାର ମୁନା ସହ ୭ ଜଣଙ୍କୁ ରିମାଣ୍ଡରେ ଆଣିବାକୁ ସିବିଆଇ ଅଦାଲତରେ ଆବେଦନ କରିବ ।
ସୂଚନାଯୋଗ୍ୟ, ମାମଲାରେ କ୍ରାଇମବ୍ରାଞ୍ଚ ୧୧୪ ଆଶାୟୀଙ୍କ ସହ ଏଥିରେ ସଂପୃକ୍ତ ସିଲିକନ ଟେକଲ୍ୟାବ କଲ୍ୟାବ ସଂସ୍ଥାର ସିଇଓ ସୁରେଶ ନାୟକ ଓ ପଞ୍ଚସପ୍ଟ ଟେକ୍ନୋଲୋଜି/ଫ୍ରଣ୍ଟଟେକର ନିର୍ଦ୍ଦେଶକ ତଥା ମାଷ୍ଟରମାଇଣ୍ଡ ଶଙ୍କର ଓ ଅନ୍ୟତନ କାର୍ପଟଦାର ମୁନା ସହ ୭ ଜଣଙ୍କୁ ଗିରଫ କରିଥିଲା । ନିକଟରେ କୋର୍ଟ ଆଶାୟୀଙ୍କୁ ଜାମିନ ପ୍ରଦାନ କରିଛନ୍ତି । କିନ୍ତୁ ତଦନ୍ତ ବେଳେ ସହଯୋଗ କରିବାକୁ କୋର୍ଟ ସର୍ତ୍ତ ରଖିଛନ୍ତି ।
Also read: ଜାଡ଼ରେ ଥରୁଛି ସାରା ଓଡ଼ିଶା; ୧୨ ଡିଗ୍ରୀ ତଳେ ୧୩ ସହରର ତାପମାତ୍ରା