ଆଗାମୀ ସିରିଜ ଖେଳିବାକୁ ଅଷ୍ଟ୍ରେଲିଆରେ ପଂହଚିଲେ ଭାରତୀୟ କ୍ରିକେଟ ଟିମ
Khabar Odisha:The-Indian-cricket-team-has-arrived-in-Australia-to-play-the-next-series
ସିଡନୀ, ନଭେମ୍ବର ୧୨ (ଖବର ଓଡ଼ିଶା):

ଆଇପିଏଲ ୨୦୨୦ ସିଜିନ ସରିବା ପରେ ଅଷ୍ଟ୍ରେଲିଆରେ ସିରିଜ ଖେଳିବା ନିମନ୍ତେ ଭାରତୀୟ ଖେଳାଳି ଏବଂ ସେମାନଙ୍କ ପରିବାର ସିଧାସଳଖ ଦୁବାଇରୁ ଅଷ୍ଟ୍ରେଲିଆ ଯାତ୍ରା କରିଥିଲେ । ତେବେ ଖେଳାଳିମାନେ ଅଷ୍ଟ୍ରେଲିଆରେ ପଂହଚିବା ପରେ ବିସିସିଆଇ ଖେଳାଳିଙ୍କ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଖେଳାଳିଙ୍କ ମିଶନ କଙ୍ଗାରୁ ନଭେମ୍ବର ୨୭ ତାରିଖରୁ ଆରମ୍ଭ ହେବ । ସେହିପରି ଟେଷ୍ଟ ମ୍ୟାଚ ସିରିଜ ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବ । ଏହି ଗସ୍ତରେ ଭାରତ ତିନୋଟି ଏକଦିବସୀୟ ମ୍ୟାଚ, ତିନୋଟି ଟି-ଟ୍ୱେଣ୍ଟି ମ୍ୟାଚ ଏବଂ ଚାରୋଟି ଟେଷ୍ଟ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି ।

  • Tags:

Subscribe

National International State Sports Entertainment