ଫୁଟବଲ କ୍ଲବରେ ଅଗ୍ନିକାଣ୍ଡ, ୧୦ ମୃତ
Khabar Odisha:Sports-football-at-least-10-dead-in-fire-at-brazil-flamengo-soccer-training-facility-report

ରିଓ ଦେ ଜେନେରିଓ, ଫେବୃୟାରୀ ୦୯ (ଖବର ଓଡ଼ିଶା): ବ୍ରାଜିଲର ପ୍ରସିଦ୍ଧ ଫୁଟବଲ କ୍ଲବ ଫ୍ଲେମିଙ୍ଗୋର ଅଭ୍ୟାସ ପରିସରରେ ଅଗ୍ନିକାଣ୍ଡ ଦେଖାଯିବାରୁ ଅତିକମରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ନିଆଁ ପ୍ରଥମେ ଏକ କୋଠାରେ ଲାଗିଥିଲା । ଏହି କୋଠାରେ ୧୪ ରୁ ୧୭ ବର୍ଷର ଯୁବକ ମାନେ ରହିଥାନ୍ତି । ଟିବି ଗ୍ଲୋବୋ କହିଛନ୍ତି, ନିଆଁକୁ ନିୟନ୍ତ୍ରଣ କରାଯିବା ପାଇଁ ଉଦ୍ୟମ କରାଯାଇଥିଲା । ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପିଲାମାନେ ଶୋଇଥିବା ବେଳେ ନିଆଁ ଲାଗିଥିଲା । 

ଉଲ୍ଲେଖନୀୟ ଯେ, ଫୁଟବଲ କ୍ଲବ ଫ୍ଲେମିଙ୍ଗୋରେ ଏବେ ତାଲିମ ଶିବିର ଚାଲିଛି । ଏଥି ପାଇଁ ଏଠାରେ ବହୁ ସଂଖ୍ୟାରେ ଯୁବ ଫୁଟବଲର ଏକାଠି ହୋଇଛନ୍ତି । ଏହି କ୍ଲବରୁ ବ୍ରାଜିଲର ବିଶ୍ୱକପ ବିଜେତା ଟିମରେ ସାମିଲ ଫୁଲବଲ ଖେଳାଳିଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରୋମାରିଓ ଏବଂ ରୋନାଲ୍ଡିନୋ ମଧ୍ୟ ଖେଳିଛନ୍ତି । ରିୟଲ ମାଦ୍ରିଦ ପାଇଁ ଖେଳୁଥିବା ବ୍ରାଜିଲର ଖେଳାଳି ଭିନିସିୟସ ଜୁନିୟର ସୋସିଆଲ ମିଡିଆରେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । 

 

  • Tags:

Subscribe

National International State Sports Entertainment