ପ୍ରଥମ ଦଳ ଭାବେ ପ୍ଲେ ଅଫରେ ସ୍ଥାନ ପକ୍କା କଲା ଚେନ୍ନାଇ ସୁପରକିଙ୍ଗ୍ସ
Khabar Odisha:Sports-cricket-odisha-chennai-super-kings-became-the-first-team-to-qualify-for-play-off
କୋଲକାତା, ଏପ୍ରିଲ ୧୪(ଖବର ଓଡିଶା) :

ସୁରେଶ୍ ରୈନାଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ଓ ଇମ୍ରାନ ତାହିରଙ୍କ ଘାତକ ବୋଲିଂ ସହାୟତାରେ କୋଲକାତା ନାଇଟ୍ ରାଇଡ଼ରକୁ ୩ ୱିକେଟରେ ପରାସ୍ତ କରିଛି ଚେନ୍ନାଇ ସୁପରକିଙ୍ଗ୍ସ। ଏହି ବିଜୟ ସହିତ ମୋଟ ୧୪ ପଏଣ୍ଟ ପାଇ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିଛି।

ଆଜି ଚେନ୍ନାଇ ସୁପରକିଙ୍ଗ୍ସ ଟସ ଜିତି ପ୍ରଥମେ ଫିଲଡ଼ିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ନାଇଟ୍ ରାଇଡ଼ର ନିର୍ଦ୍ଧାରିତ ୨୦ ଓଭରରେ କ୍ରିସ୍ ଲିନଙ୍କ ଦମଦାର ଅର୍ଦ୍ଧଶତକ ସହାୟତାରେ ୮ଟି ୱିକେଟ ହରାଇ ସଂଗ୍ରହ କରିଥିଲା ୧୬୧ ରନ । ଚେନ୍ନାଇ ପକ୍ଷରୁ ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୨୭ ରନ ଦେଇ ୪ଟି ୱିକେଟ ଅକ୍ତିଆର କରିଥିଲେ ଇମରାନ ତାହିର।

୧୬୨ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ମାତ୍ର ୨୯ ରନରେ ୱାଟସନଙ୍କ ୱିକେଟ ହରାଇଥିଲା । କିନ୍ତୁ ପାଳିକୁ ଚେନ୍ନାଇର ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନ ଡୁପ୍ଲେସିସ ଓ ସୁରେଶ ରୈନା। ସୁରେଶ୍ ରୈନା ଅର୍ଦ୍ଧଶତକ ହାସଲ କରିବା ସହିତ ଶେଷ ପର୍ଯ୍ୟନ୍ତ ରହି ମ୍ୟାଚ ଜିତାଇଥିଲେ। ଶେଷ ବେଳକୁ ରବିନ୍ଦ୍ର ଜାଡେଜା ୧୭ଟି ବଲରୁ ବିସ୍ଫୋରକ ୩୧ ରନ କରି ଅପରାଜିତ ଥିଲେ। ଘାତକ ବୋଲିଂରେ କୋଲକାତା ନାଇଟ୍ ରାଇଡ଼ରକୁ ଘାଇଲା କରିଥିବା ଇମରାନ ତାହିରଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।

ଚେନ୍ନାଇ ସୁପରକିଙ୍ଗ୍ସ ମୋଟ ୮ଟି ମ୍ୟାଚ ଖେଳି ୭ଟି ମ୍ୟାଚରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ବେଳେ ପ୍ରଥମ ଦଳ ଭାବେ ପ୍ଲେ ଅଫରେ ନିଜର ସ୍ଥାନ ପକ୍କା କରିଛି। ବର୍ତ୍ତମାନ ସୁଦ୍ଧା ୭ଟି ବିଜୟ ସହିତ ଚେନ୍ନାଇ ସୁପରକିଙ୍ଗ୍ସ ମୋଟ ୧୪ ପଏଣ୍ଟ ପାଇଛି।

Subscribe

National International State Sports Entertainment