ଗୁଆହାଟୀ, ଅକ୍ଟୋବର ୦୨ (ଖବର ଓଡ଼ିଶା): ଭାରତୀୟ କ୍ରିକେଟ୍ ଟିମ୍ ନିଜ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟି-୨୦ ମ୍ୟାଚ ଖେଳୁଛି । ଆଜି ଶୃଙ୍ଖଳାର ୨ୟ ମ୍ୟାଚ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ । ଏହି ମୁକାବିଲା ଭାରତୀୟ ସମୟ ସନ୍ଧ୍ୟା ୭ଟାରେ ହେବ ।
ଟି-୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଟିମ୍ର ଏହା ହେଉଛି ଶେଷ ଟି-୨୦ ଶୃଙ୍ଖଳା । ଅର୍ଥାତ ଭାରତୀୟ ଟିମ୍କୁ ଏବେ ଆଫ୍ରିକା ସହିତ କେବଳ ଦିନିକିଆ ଶୃଙ୍ଖଳା ହିଁ ଖେଲିବାର ଅଛି । ଏହା ପରେ ସିଧା ଟି-୨୦ ବିଶ୍ୱକପ ଖେଳିବାର ଅଛି । ନିକଟରେ ଟିମ୍ ଇଣ୍ଡିଆ ନିଜ ମାଟିରେ ଅଷ୍ଟ୍ରେଲିଆକୁ ଟି୨୦ ଶୃଙ୍ଖଳାରେ ୨-୧ରେ ପରାସ୍ତ କରିଥିଲା ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ଥିବା ଟି-୨୦ ଶୃଙ୍ଖଳାର ପ୍ରଥମ ମୁକାବିଲାରେ ଭାରତ ବିଜୟୀ ହୋଇଛି । ଏବେ ଟିମ୍ ଇଣ୍ଡିଆ ଏହି ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ଅଛି । ତେଣୁ ଆଜିର ମ୍ୟାଚ ଭାରତୀୟ ଦଳ ପାଇଁ ଅଧିକ ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ମ୍ୟାଜ ଜିତିଲେ ଭାରତ ଶୃଙ୍ଖଳା ୨-୦ରେ ଅଗ୍ରଣୀ ରହିବ । ଏହା ଟିମ୍ ଇଣ୍ଡିଆ ପାଇଁ ବିଶ୍ୱକପ ପୂର୍ବରୁ ବିଜୟର ବୁଷ୍ଟର ଡୋଜ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । କିନ୍ତୁ ଅତିଥି ଟିମ୍ ମଧ୍ୟ ଏହି ମ୍ୟାଚ ଜିତିବାକୁ ରଣନୀତି ପ୍ରସ୍ତୁତ କରିବ ।