ଆଇପିଏଲ: ରାବାଡାଙ୍କୁ ୪ ୱିକେଟ, ହାଇଦ୍ରାବାଦକୁ ୩୯ ରନରେ ହରାଇଲା ଦିଲ୍ଲୀ
Khabar Odisha:Sports-cricket-Delhi-Capitals-won-by-39-runs-against-Sun-Riser-Hyderabad

ହାଇଦ୍ରାବାଦ, ଏପ୍ରିଲ ୧୫ (ଖବର ଓଡ଼ିଶା): କାଗିସୋ ରାବାଡାଙ୍କ ୪ ୱିକେଟ, କ୍ରସ ମୋରିସ ଏବଂ କୀମୋ ପଲଙ୍କ ୩-୩ ୱିକେଟ ବଳରେ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ରବିବାର ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ ୩୯ ନରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ରାବାଡାଙ୍କ ଶିକାର ହୋଇଥିଲେ ଡାଭିଡ ୱାର୍ଣ୍ଣର (୫୧ ରନ, ୪୭ ବଲ, ୩ ଚୌକା, ୧ ଛକା) । ସେହିପିର ବିଜୟ ଶଙ୍କର, ଭୁବନେଶ୍ୱର କୁମାର ଓ ଖଲୀଲ ଅହମଦ ମଧ୍ୟ ରାବାଡାଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ । ଟିମର ଅନ୍ୟ ବୋଲର କୀମୋ ପଲଙ୍କ ଶିକାର ହୋଇଥିଲେ ଜନି ବେୟାରଷ୍ଟୋ, କେନ ୱିଲିୟମସନ ଓ ରିକି ଭୂଇ । ସେହିପିର କ୍ରିସ ମୋରିସ ମଧ୍ୟ ପ୍ରଶଂସନୀୟ ବୋଲିଂ କରିଛନ୍ତି । ସେ ଦିପକ ଚହର, ଅଭିଷେକ ଶର୍ମା ଓ ରସିଦ ଖାନଙ୍କୁ ଆଉଟ କରିଛନ୍ତି । 

ଦ୍ୱିତୀୟ ଇନିଂସରେ ୧୫୬ ରନ ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ ବ୍ୟାଟିଂ କରିଥିଲା । ଡାଭିଡ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋ (୪୧ ରନ, ୩୧ ବଲ, ୫ ଚୌକା ଓ ୧ ଛକା)ଙ୍କ ବ୍ୟତୀତ ଅନ୍ୟ ଖେଳାଳିମାନେ ବ୍ୟକ୍ତିଗତ ଭାବରେ ୭ ରନରୁ ଅଧିକ କରି ପାରି ନଥିଲେ । ଓପନର ଯୋଡ଼ି ୭୨ ରନ ଓ ୭୮ ରନରେ ଆଉଟ ପରେ ହାଇଦ୍ରାବାଦର ବିପର୍ଯ୍ୟୟ ଘଟିଥିଲା । ପୂରା ଟିମ ୧୮.୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୬ ରନ କରିଥିଲା । 

ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଟସ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଦିଲ୍ଲୀ ବ୍ୟାଟିଂ କରିଥିଲା । ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୫୫ ରନ କରିଥିଲା । ଟିମର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ଶ୍ରେୟସ ଆୟାର ୪୫ ରନ, କୋଲିନ ମୁନରୋ ୪୦ ରନ ଓ ଋଷଭ ପନ୍ତ ୨୩ ରନ କରିଥିଲେ । ଅକ୍ଷର ପଟେଲ ଅପରାଜିତ ୧୪ ରନ କରିଥିଲେ । ଅନ୍ୟ ଖେଳାଳିମାନଙ୍କ ବ୍ୟାଟିଂ ଉତ୍ସାହଜନକ ନଥିଲା । 

 

  • Tags:

Subscribe

National International State Sports Entertainment