ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ୍ ବୁଧବାର ଅବସର ଘୋଷଣା କରିଛନ୍ତି। ତାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଗାବାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍ ପରେ ଅଶ୍ୱିନ୍ ଏହି ଘୋଷଣା କରିଛନ୍ତି। ବୋଲିଂ ସହ ବ୍ୟାଟିଂରେ ମଧ୍ୟ ସେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ ଟେଷ୍ଟ ଓ ଦିନିକିଆ କ୍ରିକେଟରେ ଭଲ ପ୍ରଦର୍ଶନ କରିଛନ୍ତି। ବ୍ରିସବେନରେ ତୃତୀୟ ଟେଷ୍ଟ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଅବସର ଘୋଷଣା କରିଛନ୍ତି।
ଟିମ୍ ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍ ଡ୍ର’ରେ ଶେଷ ହୋଇଛି। ଟେଷ୍ଟ ମ୍ୟାଚ୍ ପରେ ଅଶ୍ୱିନ୍ ଅବସର ଘୋଷଣା କରିଥିଲେ। ଅଶ୍ୱିନଙ୍କ କ୍ୟାରିୟର ଚମତ୍କାର ରହିଛି। ସେ ଟେଷ୍ଟ କ୍ରିକେଟ୍ରେ ୫୩୭ ୱିକେଟ୍ ନେଇଛନ୍ତି। ଏହା ସହ ସେ ୩୫୦୩ ରନ୍ ମଧ୍ୟ କରିଛନ୍ତି। ଦିନିକିଆ ଓ ଟି-୨୦ରେ ଅଶ୍ୱିନ୍ଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି। କିନ୍ତୁ ଭାରତର ଏହି ତାରକାଙ୍କୁ ଆଉ ଅନ୍ତର୍ଜାତୀୟ କ୍ରିକେଟରେ ଦେଖିବାକୁ ମିଳିବ ନାହିଁ। ଅବସର ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଅଶ୍ୱିନ କହିଛନ୍ତି, ଅନ୍ତର୍ଜାତୀୟ ସ୍ତରରେ ଜଣେ ଭାରତୀୟ କ୍ରିକେଟର ଭାବେ ଏହା ମୋର ଶେଷ ଦିନ।
ଭାରତ ପାଇଁ ଅଶ୍ୱିନ୍ ୧୦୬ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୩୫୦୩ ରନ୍ କରିଥିଲେ। ଅଶ୍ୱିନ୍ ଟେଷ୍ଟରେ ୬ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ତାଙ୍କର ଶ୍ରେଷ୍ଠ ଟେଷ୍ଟ ସ୍କୋର ଥିଲା ୧୨୪ ରନ୍। ସେ ଅନେକ ଥର କଠିନ ପରିସ୍ଥିତିରେ ଭାରତ ପାଇଁ ଭଲ ପ୍ରଦର୍ଶନ କରିଛନ୍ତି। ଅଶ୍ୱିନ୍ ଚମତ୍କାର ବ୍ୟାଟିଂ ସହ ବୋଲିଂ ମଧ୍ୟ ଦେଖାଇଥିଲେ। ଏହି ସମୟ ମଧ୍ୟରେ ସେ ୫୩୭ ୱିକେଟ୍ ନେଇଥିଲେ। ଅଶ୍ୱିନ୍ଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଏକ ଟେଷ୍ଟ ଇନିଂସରେ ୫୯ ରନ୍ ଦେଇ ୭ ୱିକେଟ୍ ରହିଛି।
ଅଧିକ ପଢ଼ନ୍ତୁ: ଭାରତ-ଅଷ୍ଟ୍ରେଲିଆ ଗାବା ଟେଷ୍ଟ ଡ୍ର’ରେ ଶେଷ