ବିହାର: ପିଲାଏ ଯେମିତି ପୃଷ୍ଟିକର ଖାଦ୍ୟ ଖାଇବେ ସେଥିପାଇଁ ସରକାର ସମସ୍ତ ସରକାରୀ ସ୍କୁଲକୁ ମଧ୍ୟାହ୍ନ ଭୋଜନ ଯୋଗାଉଛନ୍ତି । ଏହି କ୍ରମରେ ବିହାରରେ ବି ସରକାରଙ୍କ ପକ୍ଷରୁ ସ୍କୁଲ ମାନଙ୍କୁ ଯୋଗାଇ ଦିଆଯାଉଛି ମଧ୍ୟାହ୍ନ ଭୋଜନ । ହେଲେ ସେ ଖାଦ୍ୟ ପିଲାଙ୍କ ନିକଟରେ ପହଞ୍ଚିବା ଆଗରୁ ହେଉଛି ବାଟମାରଣ । ଆଉ ଏଥିରେ ପ୍ରତ୍ୟେକ ଭାବେ ସମ୍ପୃକ୍ତ ହେଉଛନ୍ତି ସ୍କୁଲର ଶିକ୍ଷକ । କାରଣ ନିକଟରେ ବିହାର ହାଜିପୁରର ଏକ ସରକାରୀ ସ୍କୁଲକୁ ମଧ୍ୟାହ୍ନ ଭୋଜନରେ ଆସିଥିବା ଅଣ୍ଡାକୁ ସ୍କୁଲର ଖୋଦ୍ ପ୍ରଧାନ ଶିକ୍ଷକ ବୋହି ନେଇଯାଉଛନ୍ତି । ପିଲାଙ୍କ ପାଇଁ ଆସିଥିବା ଏହି ଅଣ୍ଡାକୁ ପିଲାଙ୍କୁ ନ ଦେଇ ନିଜେ ପ୍ରଧାନ ଶିକ୍ଷକ ବ୍ୟାଗ୍ ଧରି ବୋହି ନେଉଛନ୍ତି ।
ତେବେ ପ୍ରଧାନ ଶିକ୍ଷକ ଅଣ୍ଡା ଚୋରୀ କରିବାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆକ୍ସନ ମୁଡକୁ ଆସିଛି ଜିଲ୍ଲା ଶିକ୍ଷା ଅଧିକାରୀ । ଏ ସମ୍ପର୍କରେ ପ୍ରଧାନଶିକ୍ଷକଙ୍କୁ ସ୍ପଷ୍ଟୀକରଣ ମଗାଯାଇଛି । ଯଦି ସଠିକ୍ ଉତ୍ତର ନ ମିଳେ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଚେତାବନୀ ଦେଇଛି ଜିଲ୍ଲା ଶିକ୍ଷା ବିଭାଗ ।