ନୂଆଦିଲ୍ଲୀ: ଆଜି ଘରୋଇ ଷ୍ଟକ ବଜାରରେ ହ୍ରାସ ଦେଖିବାକୁ ମିଳିଛି। ଆମେରିକାରେ ଫେଡ୍ ରିଜର୍ଭ ଆସନ୍ତା ବର୍ଷ ସୁଧ ହାର ହ୍ରାସର ଗତିକୁ ମନ୍ଥର କରିବ ବୋଲି ସଙ୍କେତ ଦେଇଛି। ଫଳରେ ସେଠାକାର ବଜାରରେ ବ୍ୟାପକ ହ୍ରାସ ଘଟିଛି। ଏହାର ପ୍ରଭାବ ଆଜି ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳୁଛି। ପ୍ରାୟ ୯୦୦ ପଏଣ୍ଟ ହ୍ରାସ ସହ ବିଏସଇ ସେନ୍ସେକ୍ସ ଖୋଲିଥିଲା। ନିଫ୍ଟି ମଧ୍ୟ ୨୪,୦ ତଳକୁ ଖସିଆସିଛି। ସବୁ କ୍ଷେତ୍ରରେ ହ୍ରାସ ଘଟିଛି। ସକାଳ ୯ଟା ୩୨ରେ ସେନ୍ସେକ୍ସ ୯୨୧.୨୮ ବା ୧.୧୫% ହ୍ରାସ ପାଇ ୭୯,୨୬୦.୯୨ ପଏଣ୍ଟରେ କାରବାର କରୁଥିଲା। ଏନଏସଇ ନିଫ୍ଟି ୨୮୨.୩୫ ପଏଣ୍ଟ ବା ୧.୧୭ ପ୍ରତିଶତ ହ୍ରାସ ପାଇ ୨୩,୯୧୬.୫୦ରେ ପହଞ୍ଚିଛି।
ବିଏସଇରେ ତାଲିକାଭୁକ୍ତ କଂପାନିଗୁଡ଼ିକର ବଜାର ପୁଞ୍ଜି ୫.୯୪ ଲକ୍ଷ କୋଟି ଟଙ୍କା ହ୍ରାସ ପାଇ ୪୪୬.୬୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ସେନ୍ସେକ୍ସରେ ଏଚ୍ଡିଏଫ୍ସି ବ୍ୟାଙ୍କ, ଇନଫୋସିସ୍, ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଏସବିଆଇ ଏବଂ ଏଚ୍ ସିଏଲ୍ ଟେକ୍ ପ୍ରମୁଖ କ୍ଷତିଗ୍ରସ୍ତ ହୋଇଛନ୍ତି। ଆକ୍ସିସ୍ ବ୍ୟାଙ୍କ, ଏମ୍ ଆଣ୍ଡଏମ୍, କୋଟାକ୍ ବ୍ୟାଙ୍କ ଏବଂ ବଜାଜ ଫାଇନାନ୍ସ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଆମେରିକାରେ ରେଟ୍ ଲିଙ୍କ୍ ହୋଇଥିବା ଆଇଟି କଂପାନିଗୁଡ଼ିକର ସେୟାର ୫ ପ୍ରତିଶତ ହ୍ରାସ ସହ ଖୋଲିଛି। ଏଲ୍ଟିଆଇଏମ୍ଆଇ, ଏମ୍ଫାସିସ୍ ଓ ୱିପ୍ରୋ ଦ୍ରୁତ ଗତିରେ ହ୍ରାସ ପାଇଛି। ସେପଟେ ଷ୍ଟକ ବଜାରରେ ଅସ୍ଥିରତାକୁ ଆକଳନ କରୁଥିବା ଇଣ୍ଡିଆ ଭିଆଇଏକ୍ସ ଇଣ୍ଡେକ୍ସ ୫% ବୃଦ୍ଧି ପାଇ ୧୪.୩୭ରେ ପହଞ୍ଚିଛି।
ଅଧିକ ପଢ଼ନ୍ତୁ: ସୁପ୍ରିମ୍କୋର୍ଟରେ ଜବାବ୍ ଦେଲା ବାର୍ କାଉନ୍ସିଲ ଅଫ୍ ଇଣ୍ଡିଆ