ଜଗତସିଂହପୁର ଠାରେ କାର୍ଯ୍ୟ କରୁଥିବା ପୂର୍ବତନ ଏମରଜିନ୍ସ ଅଫିସର ତଥା ବର୍ତ୍ତମାନ ପାରାଦୀପ ସ୍ଥିତ ଅତିରିକ୍ତ ଜିଲାପାଳ ଙ୍କ କାର୍ଯ୍ୟାଳୟରେ ଆସିଷ୍ଟଣ୍ଡ କଲେକ୍ଟର ଭାବରେ କାର୍ଯ୍ୟରତ ଥିବା ଉମେଶ ଲେଙ୍କାଙ୍କୁ ବୁଧବାର ଚାକିରୀରୁ ନିଲମ୍ବିତ କରାଯାଇଛି । ଶ୍ରୀ ଲେଙ୍କା ଗତ ଏପ୍ରିଲ ମାସ ୧୦ତାରିଖ ଦିନ ସେହି କାର୍ଯ୍ୟାଳୟରେ କନିଷ୍ଠ ରାଜସ୍ବ ସହାୟକ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀଙ୍କୁ ଅସଦା ଚରଣ କରୁଥିବାର ଅଭିଯୋଗ ହୋଇଥିଲା । ଏହି ଘଟଣା ପରେ ଜିଲା ଅଭିଯୋଗ କମିଟି ଘଟଣାର ତଦନ୍ତ କରି ରିପୋର୍ଟ ଦେବା ପରେ ତତ୍କାଳୀନ ଜିଲାପାଳ ଉମେଶ ଲେଙ୍କାଙ୍କୁ ପାରାଦୀପ ଅତିରିକ୍ତ ଜିଲାପାଳ ଙ୍କ କାର୍ଯ୍ୟାଳୟକୁ ବଦଳି କରି ଦେଇଥିଲେ । ବୁଧବାର ଏହି ଘଟଣାକୁ ନେଇ ରାଜସ୍ବ ମନ୍ତ୍ରୀ ସମ୍ପୃକ୍ତ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ଏଥି ସହିତ ତିନି ମାସ ମଧ୍ୟରେ ଜଣେ ମହିଳା ତଦନ୍ତକାରୀ ଅଧିକାରୀ ଓ ଜଣେ ମହିଳା ମାର୍ସଲିଂ ଅଧିକାରୀଙ୍କ ଜରିଆରେ ସମସ୍ତ ବିଭାଗୀୟ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦେଶ ଦେଇଛନ୍ତି ।