ଭୁବନେଶ୍ୱର: ସାଂସଦ ପ୍ରତାପ ଷଡ଼ଙ୍ଗୀ ସଂସଦ ସିଡ଼ିରୁ ପଡ଼ି ଆହତ ଘଟଣାକୁ ନେଇ ଜାତୀୟଠୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ରାହୁଲ ଗାନ୍ଧୀଙ୍କୁ ଚାରିଆଡୁ ସମାଲୋଚନା କରାଯାଉଛି । ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି କଂଗ୍ରେସର ଏଭଳି କାର୍ଯ୍ୟ ଅଣସାମ୍ବିଧାନିକ। ରାହୁଲ ଏଭଳି କରିବା ଅତ୍ୟନ୍ତ ନିନ୍ଦନୀୟ। ସଂସଦର ମନ୍ଦିରରେ ଏମିତି କାର୍ଯ୍ୟ ଶୋଭା ପାଉନି ।
ମନମୋହନ କହିଛନ୍ତି, ଗଣତନ୍ତ୍ରରେ କଂଗ୍ରେସର ଏଭଳି ଗୁଣ୍ଡାଗର୍ଦ୍ଦିକୁ ସହ୍ୟ କରାଯିବ ନାହିଁ। ଜଣେ ସାଂସଦ ଭାବେ ଆଚରଣ, ଉଚ୍ଚାରଣ ଏବଂ ସ୍ୱଭାବରେ ପରିବର୍ତ୍ତନ ଜରୁରୀ ବୋଲି ମନମୋହନ ସାମଲ କହିଛନ୍ତି।
ମନମୋହନ କହିଛନ୍ତି, କ୍ଷମତା ପାଇଁ ଅନ୍ଧ ହୋଇ ଯାଇଛି କଂଗ୍ରେସ । ଗଣତନ୍ତ୍ର ପାଇଁ ଆଜି ଦିନ ଦୁଭାର୍ଗ୍ୟଜନକ । ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ । ପ୍ରତାପ ଷଡଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତାପ ଷଡଙ୍ଗୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି ।
ସୂଚନାଯୋଗ୍ୟ, ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବା ବେଳେ ଆଜି ସଂସଦର ସିଡିରୁ ପଡି ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଆହତ ହୋଇଛନ୍ତି । ତାଙ୍କ ମୁଣ୍ଡରେ ଆଘାତ ଲାଗିବାରୁ ରକ୍ତସ୍ରାବ ହୋଇଛି । ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।
ରାହୁଲ ଗାନ୍ଧୀ ମୁକେଶ ରାଜପୁତଙ୍କୁ ଠେଲି ଦେବାରୁ ମୁଁ ତଳେ ପଡ଼ି ଆହତ ହୋଇଥିବା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି। ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ଏନେଇ ଲୋକସଭାକୁ ଅପରାହ୍ନ ୨ଟା ପରୟୟ୍ଲାନ୍ତ ବାଚସ୍ପତି ମୁଲତବୀ ଘୋଷଣା କରିଥିଲେ।